27.1 C
Bhubaneswar
Monday, June 16, 2025
Homeଓଡିଶାଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା

ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା

 ସମସ୍ୟା ନଥିବା ସ୍ଥାନରେ କାର୍ଯ୍ୟାରମ୍ଭ ନେଇ ନିର୍ଦ୍ଦେଶ

 ସାତ ଦିନ ଅନ୍ତରରେ କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବେ ଅଧିକାରୀ

ଭୁବନେଶ୍ୱ : ସାରା ଦେଶରେ ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର କ୍ଷେତ୍ରର ଅନେକ ପ୍ରସିଦ୍ଧି ରହିଛି । ଏଥି ସହିତ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଏକାମ୍ର କ୍ଷେତ୍ର ଓତଃପ୍ରୋତ ଭାବେ ଜଡ଼ିତ । ଏଣୁ ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ଏହି ଅଞ୍ଚଳର ପ୍ରସିଦ୍ଧିକୁ ବିଶ୍ୱବ୍ୟାପି କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ । ତେଣୁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ଏହି ପ୍ରକଳ୍ପ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ କାର୍ଯ୍ୟକୁ ସୁଚାରୁ ରୂପେ ଆଗେଇ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ବିସ୍ତୃତ ଆଲୋଚନା କରିଥିଲେ ।

ପ୍ରକଳ୍ପ ଅଞ୍ଚଳରେ ଥିବା ଜମି ମାଲିକମାନଙ୍କୁ ସର୍ବାଧିକ କ୍ଷତିପୂରଣ ସହିତ ଜମି ଅଧିଗ୍ରହଣ, ଜବର ଦଖଲ ଉଚ୍ଛେଦ, ପୁରୁଣା ମଠ, ମନ୍ଦିର ଓ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ସହିତ ଏଏସ୍‌ଆଇର ମାର୍ଗଦର୍ଶିକାର ସଠିକ ଅନୁପାଳନ କରି କିଭଳି ନିର୍ମାଣ କାର୍ଯ୍ୟକୁ ଆଗେଇନେଇ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହିତ ୱାଟ୍‌କୋ, ଟିପିସିଓଡିଏଲ୍‌ ଏବଂ ଅନ୍ୟାନ୍ୟ ସଂସ୍ଥା ପ୍ରମୁଖ ପ୍ରକଳ୍ପ ଅଞ୍ଚଳ ମଧ୍ୟରେ ଥିବା ବାକେୟା କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣା, ଇଂଜିନିୟର ଇନ୍‌ ଚିଫ୍‌ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking