25.1 C
Bhubaneswar
Thursday, February 12, 2026
Homeଓଡିଶା‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ସମ୍ପର୍କିତ ସମୀକ୍ଷା ବୈଠକ; ୨୪ରେ ୨୦...

‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ସମ୍ପର୍କିତ ସମୀକ୍ଷା ବୈଠକ; ୨୪ରେ ୨୦ ଲକ୍ଷ ହିତାଧିକାରୀ ପାଇବେ

ଭୁବନେଶ୍ୱର: ଆସନ୍ତା ୨୪ତାରିଖରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ମିଳିବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ପାଇଁ ବ୍ୟବସ୍ଥା କରାଯାଉଥିବା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆକାଉଣ୍ଟକୁ କିପରି ଅର୍ଥ ଯିବ, ସେଥିପାଇଁ ପ୍ରସ୍ତୁତି ଓ ସୁବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବିଡିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ପଞ୍ଜୀକରଣ କରିଥିବା ଅଥଚ ବ୍ୟାଙ୍କ ଏବଂ ଆଧାର ସଂଯୋଗୀକରଣ ଜନିତ ସମସ୍ୟା ଯୋଗୁଁ ବାଦ ପଡ଼ିଥିବା ହିତାଧିକାରୀଙ୍କର ସମସ୍ୟାକୁ ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏନ୍ସିପିଆଇ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ଅର୍ଥ ପ୍ରେରଣବେଳେ ଯେଉଁମାନଙ୍କର ତ୍ରୁଟି ଦେଖାଦେଇଥିଲା, ତାହାକୁ ଅନୁଧ୍ୟାନ କରାଯିବ। ହିତାଧିକାରୀଙ୍କୁ ସହାୟତା ପାଇଁ ସମସ୍ତ ଜିଲ୍ଲାରେ ସୁଭଦ୍ରା ହେଲ୍ପ ଡେସ୍କମାନ କାର୍ଯ୍ୟ କରୁଛି। କ୍ଷେତ୍ରସ୍ତରରେ ଯାଞ୍ଚ ଟିମ୍‌ମାନେ ଆବେଦନଗୁଡ଼ିକୁ ଯାଞ୍ଚ କରିବେ। ଯାଞ୍ଚ ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ନିରପେକ୍ଷ ରହିବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଯେପରି କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଅର୍ଥ ପାଇବାରୁ ବଞ୍ôଚତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଅଦ୍ୟାବଧି ୧କୋଟି ୩ ଲକ୍ଷ ୬୨ ହଜାର ୩୭୭ ସୁଭଦ୍ରା ଆବେଦନ ଗ୍ରହଣ କରାଯାଇଥିବାବେଳେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୬୦ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking