24.1 C
Bhubaneswar
Tuesday, February 10, 2026
Homeଓଡିଶାଓଡ଼ିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ନେଇ ସମୀକ୍ଷା ବୈଠକ

ଓଡ଼ିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଆଜି ଭୁବନେଶ୍ୱରର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ)ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ (ଧରତି ଆବା ଜନଜାତୀୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ) ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀମତୀ ବର୍ଣ୍ଣାଳି ଡେକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ଅଭିଯାନର ଅଗ୍ରଗତି ଏବଂ ରାଜ୍ୟ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ ଗ୍ରହଣ କରାଯାଇଥିବା ଅଭିନବ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଓଡ଼ିଶାରେ ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ପ୍ରୟୋଗଶାଳାଗୁଡ଼ିକ ସଫଳତାର ସହ ସମାପନ ହୋଇଥିବାରୁ ଶ୍ରୀମତୀ ଡେକା ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଓଡ଼ିଶାର ପ୍ରୟାସକୁ ପ୍ରଶଂସା କରି, ନିର୍ଦ୍ଦେଶକ ଶ୍ରୀମତୀ ଡେକା କହିଛନ୍ତି ଯେ ଓଡ଼ିଶା ଆଦି କର୍ମଯୋଗୀ ଅଭିଯାନକୁ କାର୍ଯ୍ୟକାରୀ କରିବାରେ ସକ୍ରିୟ ଆଭିମୁଖ୍ୟ ପ୍ରଦର୍ଶନ କରିଛି । ପ୍ରତ୍ୟେକ ବ୍ଲକର ଗ୍ରାମ ସଂଖ୍ୟା ସହିତ ସମନ୍ୱୟ ରଖି ଜିଲ୍ଲା ମାଷ୍ଟର ପ୍ରଶିକ୍ଷକ ଏବଂ ବ୍ଲକ ମାଷ୍ଟରମାନଙ୍କୁ ନିଯୁକ୍ତି କରିବାର ଅଭିନବ ରଣନୀତି କାର୍ଯ୍ୟକ୍ରମର ପ୍ରଭାବଶାଳୀ ପ୍ରସାରଣକୁ ସକ୍ଷମ କରିବ ଏବଂ ଅଭିଯାନର ସଫଳତା ସୁନିଶ୍ଚିତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ । ସେ ପରାମର୍ଶ ଦେଇ କହିଛନ୍ତି ଯେ ଜିଲ୍ଲାଗୁଡ଼ିକର ସମ୍ବଳ ଆଧାରରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାର, ଜଙ୍ଗଲ ଜମି ଅଧିକାର ଆଇନ ଅଧୀନରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ଆଦି ଉପରେ ଗ୍ରାମ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଉପରେ ରାଜ୍ୟ ଧ୍ୟାନ ଦେଲେ ସମଗ୍ର ପ୍ରକ୍ରିୟା ମୂଲ୍ୟଯୁକ୍ତ ହୋଇପାରିବ ଏବଂ ଏହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଦୃଷ୍ଟାନ୍ତ ଭାବରେ କାର୍ଯ୍ୟ କରିବ । ବୈଠକରେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ, ରାଜ୍ୟ ୟୁଏନ୍‌ଡିପି-ପିଏମ୍‌ୟୁ ସଦସ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରୁ ଜଣାପଡ଼ିଛି ଯେ ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ୧୮ ସେପେଫମ୍ବର ୨୦୨୫ରୁ ସାରା ରାଜ୍ୟରେ ଗ୍ରାମସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ଏବଂ ୩୦ ସେପେଫମ୍ବର ୨୦୨୫ ସୁଦ୍ଧା ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗୋଷ୍ଠୀ ସଂପୃକ୍ତିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନାଗରିକ ସମାଜ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସଂପୃକ୍ତ କରି ଜିଲ୍ଲାଗୁଡ଼ିକ ଆଦି ସାଥୀ ଏବଂ ଆଦି ସହଯୋଗୀଙ୍କ ଚିହ୍ନଟ ଚୂଡ଼ାନ୍ତ କରୁଛନ୍ତି । ତୃଣମୂଳ ସ୍ତରରେ ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପ୍ରଶାସନ, ଗୋଷ୍ଠୀଭିତ୍ତିକ ଅନୁଷ୍ଠାନ ଏବଂ ନାଗରିକ ସମାଜ ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଶ୍ରୀମତୀ ଡେକା ୧୬ ରୁ ୧୮ ସେପେଫମ୍ବର ୨୦୨୫ ପର୍ଯ୍ୟନ୍ତ ତାଙ୍କର ୩ ଦିନିଆ ଓଡ଼ିଶା ଗସ୍ତ ସମୟରେ ଆଦି କର୍ମଯୋଗୀ ଅଭିଯାନ ଏବଂ ଗ୍ରାମସ୍ତରୀୟ କାର୍ଯ୍ୟକଳାପର ଅଗ୍ରଗତି ସମୀକ୍ଷା କରିବା ପାଇଁ ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking