21.1 C
Bhubaneswar
Saturday, February 7, 2026
Homeଓଡିଶାମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକ

ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ଵର: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ମହିଳା ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଟେକ ହୋମ୍ ରାସନ ଯୋଜନା ଅନ୍ତର୍ଗତ ଗତ ନଭେମ୍ବର ମାସରେ ଅନୁଷ୍ଠିତ ଟେକ ହୋମ୍ ରାସନ କନକ୍ଲେଭରେ ଉପସ୍ଥାପିତ ପରାମର୍ଶ ବିଷୟରେ ଏହି ବୈଠକରେ ବିଶଦ ଆଲୋଚନା କରାଯାଇଥିଲା। ମାନ୍ୟବର ଉପ- ମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆସାମ, ତେଲେଙ୍ଗନା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି କାର୍ଯ୍ୟକାରୀ ହେଉଥିବା ଟେକ ହୋମ୍ ରାସନ ଉତ୍ପାଦନ ମଡେଲଗୁଡିକ ଉପରେ ଚର୍ଚ୍ଚା କରିଥିଲେ । ସମନ୍ଵିତ ଶିଶୁ ବିକାଶ ସେବା (ଆଇସିଡିଏସ) ଅଧୀନରେ ହିତାଧିକାରୀଙ୍କୁ ବଣ୍ଟା ଯାଉଥିବା ଟେକ ହୋମ୍ ରାସନର ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ । ରାଜ୍ୟର ଟେକ ହୋମ୍ ରାସନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଦକ୍ଷତା ବୃଦ୍ଧି ସହ ସ୍ଵଚ୍ଛତା ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିକାଶ ବିଭାଗର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଜନା ଯଥା ସକ୍ଷମ ଅଙ୍ଗନବାଡି, ମିଶନ ବାତ୍ସଲ୍ୟର କାର୍ଯ୍ୟକାରିତାର ଉପରେ ମଧ୍ୟ ସମୀକ୍ଷା କରିଥିଲେ । ସକ୍ଷମ ଅଙ୍ଗନବାଡି କାର୍ଯ୍ୟକ୍ରମ ମାଧ୍ୟମରେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡିରେ ପରିଣିତ କରିବା ନିମନ୍ତେ ରୋଡ଼ମ୍ୟାପ ପ୍ରସ୍ତୁତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ପୁଣି ଚଳିତ ବର୍ଷ ପୋଷ୍ୟ ସନ୍ତାନ ଗ୍ରହଣରେ ଓଡ଼ିଶା ଗତ ସମସ୍ତ ବର୍ଷର ରେକର୍ଡ ଭାଙ୍ଗି ରାଜ୍ୟରେ ସର୍ବାଧିକ ସଂଖ୍ୟାର ପୋଷ୍ୟ ସନ୍ତାନ ଗ୍ରହଣ ହୋଇପାରିଛି ଜାଣି ସେ ଖୁସି ବ୍ୟକ୍ତ କରିବା ସହ ମିଶନ ବାତ୍ସଲ ଅଧୀନରେ ଥିବା ଶିଶୁ ସୁରକ୍ଷା ସେବା ଯଥା ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮ ଓ ଅନ୍ୟ ସେବାଗୁଡିକ ସମ୍ବନ୍ଧରେ ଅଧିକ ଜନ ସଚେତନତା ସୃଷ୍ଟି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking