27.1 C
Bhubaneswar
Thursday, August 14, 2025
Homeଓଡିଶାରାଜସ୍ୱ ଅଧିକାରୀମାନେ ଜନ ସାଧାରଣଙ୍କ ଆସ୍ଥା ଭାଜନ ହୁଅନ୍ତୁ : ମନ୍ତ୍ରୀ

ରାଜସ୍ୱ ଅଧିକାରୀମାନେ ଜନ ସାଧାରଣଙ୍କ ଆସ୍ଥା ଭାଜନ ହୁଅନ୍ତୁ : ମନ୍ତ୍ରୀ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଚାଲିଥିବା ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଉଦ୍ ଜାପିତ ହୋଉଯାଇଛି | ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେ ଯେ ରାଜସ୍ୱ ଅଧିକାରୀ ମାନଙ୍କୁ ଜନ ସାଧାରଣ ତଥା ରାଜ୍ୟ ର ସ୍ୱାର୍ଥ କୁ ଆଖି ଆଗରେ ରଖି ନିଷ୍ଠା ପର ଭାବେ କାର୍ଯ୍ୟ କରିବାକୁ ପଡିବ |ସାଧାରଣ ଜନତାଟିଏ ସଠିକ ସମୟ ରେ ଉପଯୁକ୍ତ ଭାବ ରେ ନ୍ୟାୟ ପାଇବା ଉଚିତ | ଆପଣ ମାନଙ୍କୁ ସମସ୍ତ ସମସ୍ୟା ର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ଅନୁସନ୍ଧାନ କରି ନିଷ୍ପତି ନେବା ଉଚିତ |ସରକାର ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସଂକଳ୍ପ ବଦ୍ଧ ଅଟନ୍ତି | ତୃଣମୂଳ ସ୍ଥର ରେ ଆପଣ ମାନେ ପ୍ରଶାସନକୁ ଲୋକମାନଙ୍କ ର ନିକଟତର କରାଇବାରେ ସହାୟକ ହୋଇ ପାରିବେ | କାର୍ଯ୍ୟକ୍ରମ ରେ ରାଜସ୍ବ ଅଧିକାରୀ ମାନଙ୍କୁ ସମ୍ବୋଧନ କରି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଲେ ଯେ, ଏହି ଦୁଇ ଦିନିଆ ସମ୍ମିଳନୀ ଆଜି ଉଦଯାପିତହୋଇଛି | ଏହା ନିଶ୍ଚିତ ଭାବେ ସଫଳ ହୋଇଛି | ଏଠାରେ ଯେଉଁ ମାନସ ମନ୍ଥନ ହେଲା ରାଜସ୍ୱ ଅଧିକାରୀ ମାନଙ୍କୁ ନୁଆ ଦିଶା ଦେବ|ଆଗାମୀ ଦିନରେ ନିଶ୍ଚିତ ଭାବେ ସେମାନେ ନୂତନ ଉତ୍ସାହ ଓ ଉଦ୍ଦୀପନା ସହ ଜନସାଧାରଣଙ୍କ ପାଇଁ

ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ|ଏହି ଭଳି ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତି ଦୁଇ ବର୍ଷ ରେ ରାଜ୍ୟସ୍ତରରେ ଏହି ଭଳି ସମ୍ମିଳନୀ ଆୟୋଜିତ ହେବ ଓ ରେଭିନ୍ୟୁ ଡିଭିଜନ କମିଶନଙ୍କ ସ୍ତର ରେ ପ୍ରତି ଛଅ ମାସ ରେ ଅନୁଷ୍ଠିତ ହେବ | ବସୁନ୍ଧରା ଯୋଜନା ରେ ଜମି ବଣ୍ଟନ, ରାଜସ୍ୱ ଗ୍ରାମ ସୃଷ୍ଟି, ଓଡିଶା ସରକାରୀ ଜମି ବନ୍ଦୋବସ୍ତ ନିୟମ ର ସଠିକ ପାଳନ, ସ୍କୁଲ କଲେଜ କୁ ପଟ୍ଟା ବଣ୍ଟନ ଆଦି କାର୍ଯ୍ୟ ଆପଣମାନେ ନିଷ୍ଠା ପର ଭାବେ ପାଳନ କରନ୍ତୁ|ଆମକୁ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ମାନସିକତା ରେ ପରିବର୍ତନ ଆଣିବାକୁ ପଡିବ | ଜନସାଧାରଣ ସହାୟତା ପାଇବା ପାଇଁ ହକଦାର, ସେମାନେ କାହାର ଦୟା ର ପାତ୍ର ନୁହନ୍ତି | ଆମେ ଜନ ସାଧାରଣ ଙ୍କ ସେବକ|ଆମକୁ ଜନସାଧାରଣ ଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା କୁ ପଡିବ, ସେମାନ ଙ୍କ ମଧ୍ୟ ଆସ୍ଥା ଭାଜନ ହେବାକୁ ପଡିବ | ବାତ୍ୟା ‘ଦାନା’ କୁ ସରକାର ସଠିକ ଭାବେ ପରିଚାଳନା କରି ଥିବା ବେଳେ ବାତ୍ୟା ପରେ ଖୁବ କମ୍ ସମୟ ମଧ୍ୟରେ କ୍ଷୟକ୍ଷତି ର ଆକଳନ କରାଯାଇ ତୁରନ୍ତ କ୍ଷତି ପୂରଣ ଦିଆ ଯାଇ ପାରିଛି|ଅଦିନିଆ ବର୍ଷା କୁ ମଧ୍ୟ ସରକାର ରାଜ୍ୟ ପ୍ରାକୃତିକ ବିପର୍ଯୟ ଭାବେ ଘୋଷଣା କରିଛନ୍ତି |

ଏବେ ସରକାର ପୂର୍ବରୁ ପ୍ରଚଳିତ ରିଲିଫ କୋଡ଼ରେ ସଂଶୋଧନ ଆଣିବାକୁ ଯାଉଛନ୍ତି|ରାଜସ୍ୱ ବିଭାଗକୁ ନୁଆ ଦିଶା ଦେବା ପାଇଁ ସରକାର ପ୍ରତିଶୃତି ବଦ୍ଧ|ନୂତନ ଓଡିଶା ଗଠନ ଦିଗରେ ରାଜସ୍ୱ ବିଭାଗ ଉଲ୍ଲେଖନୀୟ ଅବଦାନ ରଖିବ | ରାଜସ୍ୱ ଅଧିକାରୀ ମାନେ ଏ ଦିଗରେ ଗୁରୁତ୍ୱପୁର୍ଣ ଭୂମିକା ଗ୍ରହଣ କରିବେ ବୋଲି ମୋର ଆଶା ଓ ବିଶ୍ୱାସ :ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି | ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ରାଜସ୍ୱ ଅଧିକାରୀ ମାନଙ୍କୁ ଉତ୍ସାହିତ କରି କହିଲେଯେ ଆପଣ ମାନେ କଠିନ ରୁ କଠିନ ପରିସ୍ଥିତି ଓ ପ୍ରତିଯୋଗିତା ମାଧ୍ୟମ ରେ ଉତ୍ତୀର୍ଣ ହୋଇ ଆସିଛନ୍ତି|ଆପଣମାନଙ୍କ ମଧ୍ୟରେ ପ୍ରତିଭା ଓ ଦକ୍ଷତା ଅଛି | ଏହାର ସତ୍ଉପଯୋଗ କରି ଜନସାଧାରଣ ଉନ୍ନତି ଦିଗରେ ବ୍ରତୀହୁଅନ୍ତୁ | ପ୍ରାରମ୍ଭ ରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀମତୀ ମଧୁସ୍ମିତାସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଏଥିରେ ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନାଲ କମିଶନର ଶ୍ରୀ ସଚିନ୍ ରାମ ଚନ୍ଦ୍ର ଯାଦବ, ଶ୍ରୀମତୀ ରୁପା ରୋଶନ ସାହୁ, ଶ୍ରୀ ବି ପରମେଶ୍ୱରନ୍ ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜସ୍ୱ ପ୍ରଶାସନ କ୍ଷେତ୍ର ରେ ଉଲ୍ଲେଖନୀୟକାର୍ଯ୍ୟକରିଥିବା ତହସିଲ ଗୁଡିକୁ ସମ୍ମାନିତ କରାଯାଇଥିଲା | ଓଡିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ କମଳ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking