25.1 C
Bhubaneswar
Wednesday, March 25, 2026
Homeଓଡିଶାଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ଧର୍ମଶାଳା : ଧର୍ମଶାଳା ତହସିଲ ଅଧୀନସ୍ଥ ବଳାରାମପୁର-୧ ରାଜସ୍ୱ ନିରୀକ୍ଷକ ଜମି ଦାଖଲ ଖାରଜ (ମ୍ୟୁଟେସନ) ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦୁର୍ନୀତି ନିବାରଣ ହାତରେ ଧରାପଡ଼ିଛନ୍ତି। ବଳରାମପୁର -୧ ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ସ୍ୱାଇଁ କବାଟବନ୍ଧ ପଞ୍ଚାୟତ ଦଳଗାଁ ଅଞ୍ଚଳର ଶିକ୍ଷକ ବସନ୍ତ କୁମାର ସ୍ୱାଇଁଙ୍କଠାରୁ ସିକିମ ଜମି ଦାଖଲ ଖାରଜ ପାଇଁ ୩୩ହଜାର ଟଙ୍କା ନେଇଥିଲେ। ମାତ୍ର ଶ୍ରୀ ସ୍ୱାଇଁ ଆଉ ଅଧିକ ୧୫ ହଜାର ଟଙ୍କା ଦାବି କରିଥିଲେ।

ଏନେଇ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ଭିଜିଲାନ୍ସରେ ଅଭିେଯାଗ କରିଥିଲେ। ଶନିବାର ଅପରାହ୍ଣରେ ଚଉଷଠିପଡ଼ା ଠାରେ ଶିକ୍ଷକ ଶ୍ରୀ ସ୍ୱାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ ରାଜସ୍ୱ ନିରୀକ୍ଷକଙ୍କୁ ଧରିବା ସହ ତାଙ୍କ ଠାରୁ ଟଙ୍କା ଜବତ କରିଥିଲେ। ପରେ ରାଜସ୍ୱ ନିରୀକ୍ଷକ ଶ୍ରୀ ସ୍ୱାଇଁଙ୍କ କାର୍ଯ୍ୟାଳୟ ସମେତ ସୁକିନ୍ଦା ବ୍ଲକ୍‌ ଜଗନ୍ନାଥ ସାହିସ୍ଥିତ ବାସଭବନରେ ଚଢଉ କରାଯାଉଥିବା ଯାଜପୁର ଭିଜିଲାନ୍ସ ଡିଏସପି ହୃଷି ଲେଙ୍କା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking