ଭୁବନେଶ୍ୱର : ରାଜସ୍ୱ ଅଧିକାରୀ ଆଉ କରିପାରିବେନି ଅଣରାଜସ୍ୱ କାମ । ପୁରୁଣା ଆଇନକୁ ସଂଶୋଧନ କରାଯିବ । ରାଜସ୍ୱ ବିଭାଗର କାମକୁ ଲୋକାଭିମୁଖୀ କରାଯିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ମନ୍ତ୍ରୀ କହିଛନ୍ତି , ବାଲି ଖନନ ହୁଏ ନାହିଁ ସଂଗ୍ରହ ହୁଏ କହିଛନ୍ତି ରାଜସ୍ୱ ମନ୍ତ୍ରୀ । ବାଲି ଚୋରି ଅଭିଯୋଗ ହସ୍ତଗତ ହୋଇଛି । ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି । ବାଲି ପରିବହନରୁ ବଡବଡ ଗାଡି ଦ୍ୱାରା ରାସ୍ତା ଖରାପ ହେଉଛି । ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିିଆଯାଇଛି । ବାଲି ଉତ୍ତୋଳନ ବେଳେ ନଦୀ ଗୁଡିକର ଜଳ ପ୍ରବାହ ମଧ୍ୟ ବ୍ୟାଘାତ ହେଉଛି । ଆଗରୁ ଅଳ୍ପ ରାଜସ୍ୱ ଆସୁଥିଲା । ଏବେ ବଢି ଚାଲିଛି । ବାଲି ଚୋରି ରୋକିବାକୁ ସରକାର ବ୍ୟବସ୍ଥା କରୁଛନ୍ତି ।