ଢେଙ୍କାନାଳ: ଭୁବନକୁ ଫେରିଲେ ହାତୀ ପଲ । ଢେଙ୍କାନାଳ ଜିଲ୍ଲା ପାର ହୋଇଯାଇଥିବା ହାତୀ ପୁଣି ଥରେ ଭୁବନ ଅଞ୍ଚଳକୁ ଫେରି ବ୍ୟାପକ ନଷ୍ଟ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଭାରତୀ ପାହାଡ଼ରୁ ବାହାରି ଦୁଇଟି ହାତୀ ସୁକିନ୍ଦା ଅଞ୍ଚଳକୁ ଚାଲିଯାଇଥିଲେ । ହେଲେ ଗତକାଲି ରାତିରେ ଭୁବନ ଅଞ୍ଚଳକୁ ପୁନର୍ବାର ଫେରିଛନ୍ତି ଦୁଇଟି ଯାକ ହାତୀ । ଏବେ ଦୁଇଟି ହାତୀ ସହ ସହିତ ଆଉ ଗୋଟିଏ ଦନ୍ତା ହାତୀ ମଧ୍ୟ ଆସିଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ହାତୀପଲଙ୍କୁ ଭୁବନ ବନାଞ୍ଚଳକୁ ଘଉଡ଼ାଇବା ବେଳେ ଭୁବନ ବନବିଭାଗ ସୁକିନ୍ଦା ବନାଞ୍ଚଳକୁ ଘଉଡ଼ାଉଛନ୍ତି । ଯାହାଫଳରେ ଭୁବନ ଅଞ୍ଚଳରେ ତିନି ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।










