14.1 C
Bhubaneswar
Tuesday, January 13, 2026
Homeଓଡିଶାବିନା ନୋଟିସ୍‌ରେ ଛଟେଇ ଅଭିଯୋଗ ; ଠିକାଦାର ଅଫିସ ଘେରିଲେ ୧୫୦ ଶ୍ରମିକ

ବିନା ନୋଟିସ୍‌ରେ ଛଟେଇ ଅଭିଯୋଗ ; ଠିକାଦାର ଅଫିସ ଘେରିଲେ ୧୫୦ ଶ୍ରମିକ

ଯାଜପୁର : ଭାଜପା ଦଳ ଓଡ଼ିଶା ରେ ଡବଲ ଇଞ୍ଜିନ ସରକାର ଆସିଲେ ଲୋକ ମାନେ ଦାଦନ ଯିବେ ନାହିଁ l ବେକାର ଯୁବକ ଯୁବତୀଙ୍କୁ ମାନଂକୁ ନିଯୁକ୍ତି ଦିଆ ଯିବ ଏବେ ସୁକିନ୍ଦା ଖଣି ଅଂଚଳ ରେ ବର୍ଷା ଦିନ ରେ ଖଣି ଉତ୍ତୋଳନ ଓ ପରିବହନ ଠିକାଦlର ଶ୍ରମିକ ଶ୍ରମିକ ମାନଙ୍କୁ ଛଟେଇ କରୁଚି l ସୁକିନ୍ଦା ଖଣି ଅଞ୍ଚଳ ରେ ଅଶାନ୍ତବାତବରଣ ପରିସ୍ଥିତି ସୃଷ୍ଟି ହୋଇଛି l ଖଣିରେ ନିୟୋଜିତ ଶ୍ରମିକ ମାନଙ୍କୁ ଛଟେଇ କରାଯାଇଚି l ଗତ ୬ମାସ ଧରି କାମ କରାଇଲେ। ୫ ମାସର ବେତନ ବି ଦେଲେ। ହେଲେ ଗତ ଶୁକ୍ରବାର ଠାରୁ ବିନା ସୂଚନାରେ ଆଜି ପର୍ଯ୍ୟନ୍ତ ୩ ଦିନ ଧରି ଶ୍ରମିକମାନଙ୍କ ଛଟେଇ କରlଯାଉଛି l
ଏପରିକି ଉପସ୍ଥାନ ଖାତାରେ ହାଜିରା ପାଇଁ ବି ବାରଣ କରାଯାଉଛି। ଏମିତି ଅନ୍ୟାୟ ଭାବେ ନିଯୁକ୍ତିଦାତା ପକ୍ଷରୁ ସେମାନଙ୍କୁ ତଞ୍ଚକତା କରି ଛଟେଇ କରାଯାଇଥିବା ଅଭିଯୋଗ ଆଣି ପ୍ରତ୍ୟକ୍ଷ ଖଣି ପ୍ରଭାବିତ ୧୦ ଗୋଟି ପଞ୍ଚାୟତର ୧୫୦ ଜଣ ବୋଝେଇ ଖଣି ଶ୍ରମିକ ଆଜି ସକାଳୁ ବିସି ମହାନ୍ତ ଏଣ୍ଡ୍‌ ସନ୍ସ ଅଫିସ ଘେରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିର କ୍ରୋମ୍‌ ପରିବହନ କାର୍ଯ୍ୟରେ ୬ ମାସ ଧରି ନିୟୋଜିତ ଥିବା ଏତେ ସଂଖ୍ୟକ ଗରିବ ଖଟିଖିଆ ଶ୍ରମିକ କାମ ହରାଇ ରାଜରାସ୍ତାରେ ବସିରହି ହରତାଳ କରୁଥିବାର ଦୃଶ୍ୟ ସାଧାରଣରେ ଆଲୋଡ଼ନର କାରଣ ହୋଇଥିଲା। ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ, ଓଏମ୍‌ସି ଶାଖାର ସମ୍ପାଦନ ଭାଗିରଥୀ ଦଳାଇଙ୍କ ନେତୃତ୍ବରେ ଅଭୟ କୁମାର ଦାସ, ପୁତୁଲ ପାତ୍ର, ବିଶୁ ମହାନ୍ତ, ବାସନ୍ତୀ ମହାନ୍ତ, ଅହଲ୍ୟା ମହାନ୍ତ, ବାଇଧର ଦେହୁରୀ, ନୃସିଂହ ଦେହୁରୀ, ରଞ୍ଜନ ଓଝା, ଧୀରେନ ମହାନ୍ତ, ସୁଧୀର ମହାନ୍ତ, ମନ୍ତ୍ରୀ ପ୍ରଧାନ, ନନ୍ଦ ପ୍ରଧାନ ପ୍ରମୁଖ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନର ପୁରୋଭାଗରେ ରହି ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ। କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଜଗନ୍ନାଥ 5ଟ୍ରକ ହାବିଲଦାର କୌସ୍ତୂଭ ସେଠୀଙ୍କ ନେତୃତ୍ବରେ ୭ ଜଣିଆ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ନଜର ରଖିଥିଲେ।
ଶ୍ରମିକସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଭଗବତୀ ମହାନ୍ତ, ଅଜୟ କୁମାର ନାୟକ, ଆଶିଷ କୁମାର ଜେନା, କପିଳ ପାତ୍ର ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଦାବିକୁ ଯଥାର୍ଥ ଦର୍ଶାଇଥିଲେ। ଫେବ୍ରୁଆରି ମାସରେ ଶ୍ରମିକସଂଘ ଓ ନିଯୁକ୍ତିଦାତାଙ୍କୁ ନେଇ ଅନୁଷ୍ଠିତ ଦ୍ବିପାକ୍ଷିକ ବୈଠକରେ ହୋଇଥିବା ବୁଝାମଣା ଓ ପ୍ରତିଶ୍ରୁତି ପାଳନ କରାନଗଲେ ସବୁ ଖଣିରେ ନିଯୁକ୍ତିଦାତା ଜିସି ମହାନ୍ତଙ୍କ କାର୍ଯ୍ୟକୁ ଦୃଢ଼ ବିରୋଧ କରାଯିବ ବୋଲି ଶ୍ରମିକନେତା ଶ୍ରୀ ମହାନ୍ତ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଜିସି ମହାନ୍ତ ଏଣ୍ଡ୍ ସନ୍ସର ଅନ୍ୟତମ ନିର୍ଦ୍ଦେଶକ ପ୍ରାଣକୃଷ୍ଣ ମହାନ୍ତଙ୍କୁ ପଚାରିବାରେ ସେ ଆଜି ଭୁବନେଶ୍ବରରେ ଥିବା କହିଥିଲେ। ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ତାଙ୍କ କମ୍ପାନି ଉଚ୍ଚ କର୍ତ୍ତୃପକ୍ଷ, ଶ୍ରମିକସଂଘ ଓ ମୂଳ ନିଯୁକ୍ତିଦାତା ଓଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ତ୍ରିପାକ୍ଷିକ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯଯିବ ବୋଲି ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking