29.1 C
Bhubaneswar
Monday, September 30, 2024
Homeଓଡିଶାଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସୋଆ ପରିଦର୍ଶନ

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସୋଆ ପରିଦର୍ଶନ

ଭୁବନେଶ୍ୱର,: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ସୁବାଷ ଚନ୍ଦ୍ର ପରିଜା ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ନ୍ୟାୟମୂର୍ତୀ ପରିଜା ବିଶ୍ୱବିଦ୍ୟାଳୟକୁ ଆସି ସଭାପତିଙ୍କ ସହ ଆଲୋଚନା କରିଥିଲେ । ପ୍ରଫେସର (ଡକ୍ଟର) ନାୟକ ପୂର୍ବତନ ବିଚାରପତିଙ୍କୁ ସ୍ୱାଗତ କରିବା ସହ ସୋଆ ପରିଚାଳିତ ଆଇନ ମହାବିଦ୍ୟାଳୟ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଲ (ସ୍ନିଲ୍‌) ବିଷୟରେ ଆଲୋଚନା କରିଥିଲେ । ପ୍ରଫେସର (ଡକ୍ଟର) ନାୟକ ସ୍ନିଲ୍‌ର ପାଠ୍ୟକ୍ରମ, ଶୈକ୍ଷିକ ବ୍ୟବସ୍ଥା ଓ ଭିତିଭୂମୀ ବିଷୟରେ ତାଙ୍କୁ ଅବଗତ କରିଥିଲେ ।
ଏହି ଅବସରରେ ସ୍ନିଲ୍‌ର ଶିକ୍ଷା ବ୍ୟବସ୍ଥା ଓ ଗୁଣବତାକୁ କିଭଳି ଅଧିକ ଉନ୍ନତ କରାଯାଇପାରିବ ଓ ଏହି ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରରେ ନିଜକୁ ପ୍ରତିପାଦିତ କରିପାରିବ ସେ ବିଷୟରେ ନ୍ୟାୟମୂର୍ତୀ ପରିଜା ଦିଗଦର୍ଶନ ଦେଇଥିଲେ ।
ଗତବର୍ଷ ନ୍ୟାୟମୂର୍ତୀ ପରିଜା ସ୍ନିଲ୍ ପରିଦର୍ଶନରେ ଆସି ଏହାର ମୁଟକୋର୍ଟ କମ୍ପେ୍ଲକ୍ସକୁ ଉଦ୍‌ଘାଟନ କରିଥିଲେ ।
ସ୍ନିଲ୍ ୨୦୨୪ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶରେ ୯ମ ସ୍ଥାନ ଅଧିକାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking