21.1 C
Bhubaneswar
Thursday, December 18, 2025
Homeଅପରାଧଆଇଆରଏସ୍ ଜ୍ୱାଇଁଙ୍କୁ ହତ୍ୟା କଲେ ଅବସରପ୍ରାପ୍ତ ଏଆଇଜି

ଆଇଆରଏସ୍ ଜ୍ୱାଇଁଙ୍କୁ ହତ୍ୟା କଲେ ଅବସରପ୍ରାପ୍ତ ଏଆଇଜି

ଚଣ୍ଡିଗଡ଼: ଶନିବାର ଚଣ୍ଡିଗଡ଼ ଜିଲ୍ଲା ଫ୍ୟାମିଲି କୋର୍ଟ ପରିସରରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି । ଘରୋଇ ବିବାଦର ସମାଧାନ ପାଇଁ କୋର୍ଟକୁ ଉଭୟ ପକ୍ଷ ଆସିଥିବା ସମୟରେ ମାଲାବିନ୍ଦର ସିଂ ସିଦ୍ଧୁ ନାମକ ଜଣେ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ୍ (ଏଆଇଜି), ରାଜ୍ୟ ଜଳସେଚନ ବିଭାଗରେ ଜଣେ ଆଇଆର୍‌ଏସ୍‌(ଭାରତୀୟ ରାଜସ୍ୱ ସେବା) ଅଧିକାରୀ ଭାବେ ନିଯୁକ୍ତ ଥିବା ନିଜ ଜ୍ୱାଇଁ ହରପ୍ରୀତ୍ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପ୍ରକାଶ, ଝିଅର ଛାଡପତ୍ର ମାମଲାକୁ ନେଇ ଦୀର୍ଘଦିନ ଧରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଏହାର ସମାଧାନ ଲାଗି ଦୁଇ ପରିବାର ଆଜି ଚଣ୍ଡିଗଡ଼ ପରିବାର ଅଦାଲତକୁ ଆସିଥିଲେ । କୋର୍ଟର୍ ପରିସରରେ ଜ୍ୱାଇଁ ସହ ଆମ୍ନାସାମ୍ନା ହେବା ପରେ ସିଦ୍ଧୁ ହଠାତ୍ ନିଜ ବନ୍ଧୁକରୁ ତାଙ୍କ ଜ୍ୱାଇଁଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିରୁ ୨ଟି ଗୁଳି ଜ୍ୱାଇଁଙ୍କ ଦେହରେ ବାଜିଥିଲା । ଗୁଳିମାଡ଼ରେ ଆହତ ଜ୍ୱାଇଁଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଅଭିଯୁକ୍ତ ମାଲବିନ୍ଦର ସିଦ୍ଧୁଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବନ୍ଧୁକ ଏବଂ କିଛି ଅଫୁଟା ଗୁଳି ଜବତ କରିଛି । ତାଙ୍କ ବିରୋଧରେ ହତ୍ୟା ତଥା ତତ୍‌ସଂଲଗ୍ନ ଅପରାଧ ଆଧାରରେ ମାମଲା ରୁଜୁ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking