ଭୁବନେଶ୍ୱର:ବିଧାନସଭା ବାହାରେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବିଜେପି ବିଧାୟକ ମାନସ ଦତ୍ତ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସମ୍ବେଦନଶୀଳ ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣାର ସାମାଧାନ ନୁହେଁ । ଗତକାଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଘଟଣାର ତଦନ୍ତ କରିଛି । ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏସସିବି ଅଗ୍ନିକାଣ୍ଡ ଘଟଣାରେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ବିବୃତି ରଖିଥିଲେ । ସୂଚନାଥାଉକି, ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ୧୦ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଉଭୟ ବିଜେଡି, କଂଗ୍ରେସ ସଦସ୍ୟ ଏକ ଅଭିନବ ଢଙ୍ଗରେ ପ୍ରତିକାତ୍ମକ କୋକେଇ ତିଆରି କରି ବିଧାନସଭା ବାହାରେ ପ୍ରତିବାଦ କରିଥିଲେ । ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ଭୁଶୁଡି ଯାଇଥିବା ବିରୋଧୀ ଅଭିଯୋଗ କରିଥିଲେ ।










