ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଇସ୍ପାତ ହବରେ କାରଖାନା ସମୂହ ଅଧିକାରୀଙ୍କ ମନମୁଖୀ ଯୋଗୁଁ କଳିଙ୍ଗନଗର ଅଚଳ । ବାୟୁ, ଜଳ ପଦ୍ୟୁଷିତ ହେବା ସଂଗେ କାରଖାନା ଗୁଡିକ ବିଷାକ୍ତ ପାଉଁଶ ଧୂଳି ଗୁଣ୍ଡରେ ଭର୍ତ୍ତି ହୋଇଗଲାଣି ।ସମ୍ପୃକ୍ତ ଅଂଚଳରେ ଲୋକ ମାନେ କୀଡନି ସମସ୍ୟା , ପେଟ ରୋଗ, ଯକ୍ଷ୍ମା, ଫୁସଫୁସ ସଂକ୍ରମଣ ନାନାଦି ରୋଗରେ ପୀଡିତ ହେଉଛନ୍ତି । ଘର ଦ୍ୱାର ଗଛପତ୍ରରେ, କାରଖାନା ଧୂଆଁ ପାଉଁଶରେ ଅଚ୍ଛାଦିତ ହେଉଛି। ଏ ସମ୍ପର୍କ ରେ ଜିଲ୍ଲା ପ୍ରଶାସନ ପଦ୍ୟୁଷଣ ବିଭାଗ ଓ ଜନ ପ୍ରତିନିଧି ନିକଟରେ ବହୁ ଅଭିଯୋଗ କଲେ ମଧ୍ୟ୍ୟ ଫଳ ଶୂନ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଷାକ୍ତ ପାଉଁଶର ଅବୈଧ ସଂଗ୍ରହ ଓ କଳାବଜାରି ଦିନକୁ ଦିନ ବଢି ଚାଲିଛି । ଅଞ୍ଚଳରେ ଅନେକ ଶିଳ୍ପ କାରଖାନା ଗଢ଼ିଉଠିଥିବା ସତ୍ତ୍ୱେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟବାସୀ ଅଭିଯୋଗ କରୁଛନ୍ତି।କାରଖାନାରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁକୁ ମନଇଚ୍ଛା ଠୁଳ କରି ଉଚ୍ଚ ଦରରେ ବିକ୍ରି କରାଯାଉଛି। ଏହାର ପରିଣାମ ସ୍ୱରୂପ ପାଖାପାଖି ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି ହେଉଛି। ଏହାଦ୍ୱାରା ସ୍ଥାନୀୟ ଲୋକେ ଚର୍ମରୋଗ, କିଡନି, ଯକ୍ଷ୍ମା, ଜଣ୍ଡିସ ଭଳି ଗୁରୁତର ରୋଗରେ ପୀଡ଼ିତ ହୋଇ ଅନେକ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।
ପଙ୍କପାଳ ବଙ୍ଗଳା ଛକ ନିକଟରେ ଥିବା ଜେସିଡିଏଲ କାର୍ଯ୍ୟାଳୟ ପଛପଟ ପଡିଆରେ ପ୍ରତିଦିନ ଶହଶହ ଟ୍ରିପ ବିଷାକ୍ତ ପାଉଁଶ ଖାଲି କରାଯାଉଥିବା ସହ ପରେ ବଡ଼ ବଡ଼ ଗାଡ଼ିରେ ଜିଲ୍ଲା ଓ ରାଜ୍ୟ ବାହାରକୁ ପଠାଯାଉଛି। ସରକାରୀ ଜମିରେ ଏଭଳି ଅବୈଧ କାର୍ଯ୍ୟ ଚାଲିଥିବାବେଳେ ଯାତାୟାତ ଓ ଜନଜୀବନ ଭୟଙ୍କର ଭାବେ ପ୍ରଭାବିତ ହେଉଛି।କିଛି ଅସାଧୁକର୍ମଚାରୀଙ୍କସହଯୋଗରେ ବିଷାକ୍ତ ପାଉଁଶର କଳାବଜାରି ଚାଲୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସୁକିନ୍ଦା ଖଣି ଉପତ୍ୟକା ଖଣି କର୍ତୃପକ୍ଷ ସରକାର ଙ୍କ ଗାଇଡ଼ ଲାଇନ କୁ ଫୁ କରି ଅଂଚଳରେ ଦୂଷିତ ଜଳକୁ ବିଲ ବାଡି କୁ ଛାଡି ଦେଉଥିବାରୁ ସମଗ୍ର ଖଣି ପଦ୍ୟୁଷିତ ହେଉଛି l କ୍ରୋମାଇଟ ଧୂଳି କଣାରେ ବାୟୁ ମଣ୍ଡଳ ଦୂଷିତ ହେଉଛି l ଖଣି ଖନନ ନାମରେ ଜଙ୍ଗଲ ନଷ୍ଟ କରାଯାଉଛି ବୋଲି ଅଭିଯୋଗ କଲେ ତଦନ୍ତ ହୋଇ ଫାଇଲ ତଳେ ରହି ଯାଉଛିl ଜଙ୍ଗଲ ବିଭାଗ ପଦ୍ୟୁଷଣ ବିଭାଗ ଅନ୍ୟ ତଦନ୍ତ କାରି ସଂସ୍ଥା କଣ ପାଇଁ ପଦକ୍ଷେପ ନେଉନାହାଁନ୍ତି ତାହା ଏବେ ବଡ ପ୍ରଶ୍ନ ଉଠୁଛି l କାହା ଚାପ , କି ମୋଟା ଅଙ୍କର ଟଙ୍କା ନେଇ ଚୁପ ରହୁଛନ୍ତି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ଯଦି ବିଭାଗ ଶୀଘ୍ର ଦୃଢ଼ ପଦକ୍ଷେପ ଗ୍ରହଣ ନକରେ, ତେବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l










