ଭୁବନେଶ୍ୱର: ଜାନକୀଙ୍କ ସ୍ମୃତି ସଭାରେ କଂଗ୍ରେସ ହାଇକମାଣ୍ଡଙ୍କୁ ମୋକିମଙ୍କ ଟାର୍ଗେଟ । ରାଜ୍ୟରେ କଂଗ୍ରେସ ପତନ ପାଇଁ ଦିଲ୍ଲୀ ସୁପ୍ରିମୋଙ୍କୁ ଦାୟୀ କରିଛନ୍ତି । ଆହୁରି କହିଛନ୍ତି ପିସିସି ସଭାପତି ପଦ ବାରମ୍ବାର ପରିବର୍ତ୍ତନ କରି ଭୋଟ ପ୍ରତିଶତ କମାଇଛନ୍ତି । କମଳନାଥ ଓଡିଶା ଆସି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅତୀତ କରିଥିଲେ । ସେତେବେଳେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଗଲା । ସେବେଠୁ କଂଗ୍ରେସର ଡାଉନଫଲ ଆରମ୍ଭ ହୋଇଥିଲା । ଆଜି ପଯ୍ୟନ୍ତ ସେହି କ୍ଷତିରୁ ଉଠି ପାରୁନାହିଁ କଂଗ୍ରେସ ଏଭଳି କହିଛନ୍ତି ମୋକିମ । ଜାନକୀ ବାବୁଙ୍କ ଆଦର୍ଶରେ କଂଗ୍ରେସ ଦଳ ଚାଲିବା ଆବଶ୍ୟକ । କିନ୍ତୁ ଏହି ଆଦର୍ଶରେ କୌଣସି ନେତା ଚାଲିବାର ଆନ୍ତରିକତା ଦେଖାଯାଉନି ।










