ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ। ଅନ୍ୱେଷା ଯୋଜନା ବନ୍ଦ କରିବା ଷଡଯନ୍ତ୍ର ଉପରେ କଂଗ୍ରେସ ମୁଲତବି ପ୍ରସ୍ତାବ ଆଣିବ। ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେବ। ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି। ଆଜି ସରଗରମ ହୋଇପାରେ ବିଧାନସଭା। ଗତ ୪ ଦିନ ହେବ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ପ୍ରଶ୍ନକାଳ। ଗତକାଲି ବିଜେଡି ସୁଭଦ୍ରା ଯୋଜନା, ମିଶନ ଶକ୍ତି ବିରୋଧରେ ମୁଲତବୀ ପ୍ରସ୍ତାବ ଗୃହୀତ କରିଥିଲା ।










