32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମାଟିତଳୁ ଯୁବକଙ୍କୁ ଜୀବନ୍ତ ଉଦ୍ଧାର

ମାଟିତଳୁ ଯୁବକଙ୍କୁ ଜୀବନ୍ତ ଉଦ୍ଧାର

କେଦାରନାଥ : ଅଗଷ୍ଟ ୧ ରେ ଉତ୍ତରାଖଣ୍ଡର କେଦାରନାଥରେ ଥିବା ଭୀମବଲିର ଚିରୱାସାଠାରେ ଭୂସ୍ଖଳନ ଘଟିଥିଲା। ବାଦଲଫଟା ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଭୂସ୍ଖଳନ ଦ୍ବାରା ରାସ୍ତା ଅବରୋଧ ହେବାପରେ ଭକ୍ତମାନେ ଅଟକି ଯାଇଥିଲେ। ଗତ ୪ ଦିନ ମଧ୍ୟରେ ରାଜ୍ୟରେ ଘଟିଥିବା ବିପର୍ଯ୍ୟୟରେ ପ୍ରାୟ ୧୦ ହଜାର ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି, କିନ୍ତୁ ଖରାପ ପାଗ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି, ଯେଉଁ କାରଣରୁ ଭାରତୀୟ ବାୟୁସେନା ଲୋକଙ୍କୁ ଉଦ୍ଧାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦ ଘଣ୍ଟା ପରେ ମାଟିତଳୁ ଜଣେ ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ସନ୍ଧ୍ୟାରେ ପ୍ରାୟ ୯ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ଏସଆରଡିଏଫ ଟିମ୍ ଜଣଙ୍କୁ ଅଳିଆ ଆବର୍ଜନାରୁ ଜୀବନ୍ତ ଉଦ୍ଧାର କରିଛନ୍ତି।କେଦାରନାଥ ରାଜପଥ ନିକଟରେ ଥିବା ଥରୁ କ୍ୟାମ୍ପଠାରୁ ତାଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି। ସେ ପ୍ରାୟ ୨୦ ଘଣ୍ଟା ମାଟି ତଳେ ପୋତି ହୋଇ ରହିଥିଲେ। ଉଦ୍ଧାରକାରୀ ଦଳ ମାଟି ତଳୁ ତାଙ୍କ କ୍ରନ୍ଦନ ଶୁଣିଥିଲେ। ଜଣେ କେହି ପୋତି ହୋଇ ରହିଥିବା ଜାଣିବା ପରେ ଉଦ୍ଧାରକାରୀ ଦଳ ଖୋଜାଖୋଜି ଆରମ୍ଭ କରିଥିଲେ। ମାଟି ତଳୁ ଜୀବନ୍ତ ବାହାରି ଥିବା ବ୍ୟକ୍ତିଙ୍କ ନାମ ଗିରିଶ ଚାମୋଲି । ସେ ଚାମୋଡି ଜିଲ୍ଲାର ବାସିନ୍ଦା। ‌ସେ ରାଜପଥରେ ଏକ ଖାଦ୍ୟ ଦୋକାନ ଚଳାଉଥିଲେ। ଅଗଷ୍ଟ ୧ ରେ ବାଦଲ ଫଟା ବର୍ଷାରେ ତାଙ୍କ ଦୋକାନ ରାସ୍ତାରେ ଥିବା ଆବର୍ଜନା ଦ୍ୱାରା ଧୋଇ ହୋଇଯାଇଥିଲା ଏବଂ ସେ ବଡ଼ ବଡ଼ ପଥର ତଳେ ଚାପି ହୋଇ ରହିଯାଇଥିଲେ। ସେ ବଞ୍ଚିବାର ଆଶା ଛାଡିଥିଲେ, କିନ୍ତୁଏସଡିଆରଏଫ ସ୍ବେଚ୍ଛାସେବୀମାନେ ଦେବଦୂତ ଭାବରେ ଆସି ତାଙ୍କ ଜୀବନ ରକ୍ଷା କରିଥିଲେ। ଗିରିଶ କହିଛନ୍ତି ସେ ନିଜ ପଶୁମାନଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ, କିନ୍ତୁ ଅଳିଆ ଆବର୍ଜନାରେ ପୋତି ହୋଇ ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking