କଟକ: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ଦେହ ବ୍ୟବସାୟରେ ଦଲାଲି କରିବା ଅଭିଯୋଗରେ ଆଉ ଜଣେ ମହିଳାଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ଚତୁର୍ଥ ଅଭିଯୁକ୍ତ ଦିଦି ଓରଫ ସୁନୀତା ଦାସ ବୋଲି ଜଣାପଡିଛି । ବାରିପଦାରୁ ସୁନୀତା ଦାସଙ୍କୁ ଗିରଫ କରିଛି କଟକ ମଧୁପାଟଣା ଥାନା ପୋଲିସ । ଏହାକୁ ମିଶାଇ ଏହି ଘଟଣାରେ ମୋଟ ଦୁଇ ଜଣ ମହିଳାଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ମୋଟ ଗିରଫଦାରୀ ସଂଖ୍ୟା ଚାରିରେ ପହଞ୍ଚିଛି । ନାବାଳିକାଙ୍କୁ ବାରିପଦାକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରାଇ ଥିବା ଅଭିଯୋଗରେ ଏହି ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।ସେହିପରି ଏହି ମାମଲାରେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରୁ ଅବଦୁଲ ଶୟଦୂଲ୍ ସୁଲେମାନକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଦେହ ବ୍ୟବସାୟରେ ଦଲାଲ ଭାବରେ କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲା ଅଭିଯୁକ୍ତ। ଏବେ ଅନ୍ୟତମ ମାଷ୍ଟର ମାଇଁଣ୍ଡ ଗୋପୀକୁ ଖୋଜୁଛି ପୋଲିସ।










