ଯାଜପୁର: ବ୍ୟାସନଗର ଷ୍ଟାଡିୟମ ରୋଡସ୍ଥିତ କ୍ରିଷ୍ଣା ଇଣ୍ଟରନାସନାଲ ସ୍କୁଲରେ ଛଅସ୍ତରିତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ଚେୟାରମ୍ୟାନ ତଥା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ କୁଶ ଚନ୍ଦ୍ର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଜ ଶୃଙ୍ଖଳିତ, କର୍ତବ୍ୟପରାୟଣ ଜୀବନ ମାଧ୍ୟମରେ ନିଜ ଦେଶମାତୃକାର ସେବାପାଇଁ ଆଗେଇଆସିବାକୁ ଆହ୍ୱାନ ଦେଇଥିଲେ l ବ୍ୟାସନଗର ସ୍ୱୟଂମଶାସିତ ମହାବିଦ୍ୟାଳୟର ଛାତ୍ର ସୌରଭ, ଛାତ୍ରୀ ଚିନ୍ମୟୀ ଓ ସ୍ୱୟଂପ୍ରଭା ଜାତୀୟ ସଂଗୀତ ଗାନ କରିବାସହ ଦେଶାତ୍ମବୋଧକ ନିଜସ୍ୱ କବିତା ଆବୃତ୍ତି କରିଥିଲେ l ମୁଖ୍ୟ ଓ ସମ୍ମାନିତ ଅତିଥିଭାବେ ସଂସ୍କୃତ ପ୍ରଫେସର ତଥା ବାଙ୍କୀ ସ୍ୱୟଂମଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବାବାଜୀ ଚରଣ ଶତପଥୀ, ପ୍ରାକ୍ତନ ଶିକ୍ଷକ ବିଷ୍ନୁଚରଣ ସାହୁ, ନାଟ୍ୟକାର ବିକାଶ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ଆଧ୍ୟାତ୍ମିକତା ଓ ସମ୍ବିଧାନର ପରମ୍ପରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଶିକ୍ଷୟତ୍ରୀ ପୁଷ୍ପିତା ମହାରଣା, ସ୍ଵାଗତିକା ତ୍ରିପାଠୀ ଓ କର୍ମଚାରୀ କଳ୍ପନା ମିଶ୍ର, ଅନୁଭବ ମିଶ୍ର ଏଥିରେ ସହାୟତା କରିଥିଲେ l ଅବି ଭାବକମାନେ ସ୍କୁଲର ଏହି ସୁନ୍ଦର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା l ରୁଦ୍ରନଗର ସ୍ଥିତ ୟୁନାଇଟେଡ଼ ଯୁବକସଂଘର ସମସ୍ତ କାମକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଭାରତ ମାତାର ସମବେତ ସ୍ଲୋଗାନରେ କାର୍ଯ୍ୟକ୍ରମଟି ଉତ୍ସବ ମୁଖରିତ ହୋଇଥିଲା l