କଟକ : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଚାବି ହଜିବାର ତଦନ୍ତ କରୁଥିଲେ ଜଷ୍ଟିସ ରଘୁବର ଦାସ କମିଶନ । ତଦନ୍ତ ଶେଷ ପରେ ସରକାରଙ୍କୁ ରିପୋର୍ଟ ଦେଇସାରିଛନ୍ତି କମିଶନ । ଆସନ୍ତା ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।










