25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଆଉ ନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ

ଆଉ ନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ

ମୁମ୍ବାଇ: ଆଉ ନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ। ଆଜି ସନ୍ଧ୍ୟା ୬.୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବେନେଗଲ ଦୀର୍ଘଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ପିଆ ବେନେଗଲ ସୂଚନା ଦେଇଛନ୍ତି।

ଦି ୱେଲକମ ଟୁ ସାଜନପୁର ନିର୍ଦ୍ଦେଶକ ଶ୍ୟାମ ବେନେଗଲ ଡିସେମ୍ବର ୧୪ରେ ତାଙ୍କର ୯୦ ବର୍ଷ ଜନ୍ମ ଉତ୍ସବ ସାଙ୍ଗ ଓ ପରିବାର ଲୋକଙ୍କ ସହ ପାଳନ କରିଥିଲେ।ଏହି ଉତ୍ସବରେ ଅଭିନେତା କୁଲଭୂଷଣ ଖରବନ୍ଦା, ନସିରୁଦ୍ଦିନ ଶାହ, ଦିବ୍ୟା ଦତ୍ତା, ଶାବନା ଅଜିମ, ରଞ୍ଜିତ କପୁର, ଅତୁଲ ତିୱାରୀ, କୁନା କପୁର ଓ ଅନ୍ୟମାନେ ସାମିଲ ହୋଇଥିଲେ। ଫିଲ୍ମ ଜଗତ ପ୍ରତି ତାଙ୍କ ଅବଦାନ ପାଇଁ ଭାରତ ସରକାର ୧୯୭୬ରେ ବେନେଗଲଙ୍କୁ ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରିଥିଲେ।

୨୦୦୫ରେ ତାଙ୍କ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା। ବେନେଗଲ ରେକର୍ଡ ୧୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଗୋଟିଏ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୭୫ରେ ସେ ଅଙ୍କୁର ଫିଲ୍ମରୁ ନିଜର ନିର୍ଦ୍ଦେଶନା ଜୀବନ ଆରମ୍ଭ କରିଥିଲେ। ଏହାପରେ ଅନେକ ହିଟ ଫିଲ୍ମ ସେ ଭାରତୀୟ ଦର୍ଶକଙ୍କୁ ଭେଟି ଦେଇଥିଲେ। ନିଶାନ୍ତ, ସରର୍ଦ୍ଦାରୀ ବେଗମ, ମଣ୍ଡି ମନ୍ଥନ ଓ ଜୁବୈଦା ଭଳି ଫିଲ୍ମ ପାଇଁ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking