ଭୁବନେଶ୍ୱର: ଖରା ଦିନେ ବାହାରକୁ ବାହାରିବା କାଠିକର ପାଠ ହୋଇପଡୁଛି । ସୂଯ୍ୟକିରଣ ଚର୍ମରେ ପଡିବା ଦ୍ୱାରା ଦେହ ଟ୍ୟାନ ପଡିଯାଏ । ଏହାକୁ ହଟାଇବା ପାଇଁ ବିଭିନ୍ନ ପ୍ରକାର ରାସାୟନିକ ପଦ୍ଧତି ବ୍ୟବହାର କରିଥାନ୍ତି । ଆଉ କେହି କେହି ସୋସିଆଲ ମିଡିଆ ଦେଖି କିଛି ଟିପ୍ସ ନିଜ ଶରୀରରେ ଏପ୍ଲାଏ କରନ୍ତି । କିନ୍ତୁ ଆମ ପାଖରେ ଏଭଳି ଘରୋଇ ଉପଚାର ରହିଛି ଯାହା ଆପଣଙ୍କ ଟ୍ୟାନିଂ ଏକାଥରକେ ଦୂର କରିଦେବ । ଗୋଟିଏ ପାତ୍ରରେ ଏକ ଚାମଚ କଫି , ବେକିଂ ସୋଡା , ଫାଳେ ଲେମ୍ବୁ ମିଶାନ୍ତୁ । ତାହା ପରେ ଟୁଥ ବ୍ରଶରେ ଏହାର ମିଶ୍ରଣକୁ ଟ୍ୟାନ ପଡିଥିବା ଜାଗାରେ ଘଷନ୍ତୁ । ନଚେତ ବେଶନ ଏବଂ ଦହିର ମିଶ୍ରଣକୁ ଲଗାନ୍ତିୁ ଏହାକୁ ୨୦ ମିନିଟ ଛାଡି ଦିଅନ୍ତୁ । ଅନ୍ୟ ଉପାୟ ହେଉଛି ମହୁ ସହିତ ଲେମ୍ବୁ ମିଶାଇବା ଦ୍ୱାରା ଟ୍ୟାନିଂ ଦୂର ହୋଇପାରିବ । ଟମାଟୋ ରସରେ ଲାଇକୋପିନ ଥାଏ ଯାହା ଏକ ପ୍ରକୃତିକ ସନସ୍କ୍ରିନ ଭଳି କାମ କରେ । ଟମାଟୋ ଦେହରେ ଲଗାଇଭଆ ଦ୍ୱାରା ଶରୀରର ଚମକ ଆଣିଥାଏ । ଦହିରେ ହଳଦୀ ମିଶାଇ ୨୦ ମିନିଟ ତ୍ୱଚାରେ ଲଗାନ୍ତୁ ତାପରେ ୨୦ ମିନିଟ ଛାଡି ମୁହଁ ଧୋଇଦିଅନ୍ତୁ । ଆଉ ଟ୍ୟାନିଂ ରୁ ମୁକ୍ତ ହୁଅନ୍ତୁ ।