21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବୃଦ୍ଧା ମା’କୁ ଭରଣପୋଷଣ ଦେବାକୁ କୁଣ୍ଠାବୋଧ: କୋର୍ଟଙ୍କ ଦ୍ୱାରସ୍ଥ ହେଲା ପୁଅ

ବୃଦ୍ଧା ମା’କୁ ଭରଣପୋଷଣ ଦେବାକୁ କୁଣ୍ଠାବୋଧ: କୋର୍ଟଙ୍କ ଦ୍ୱାରସ୍ଥ ହେଲା ପୁଅ

ନୂଆଦିଲ୍ଲୀ: ହରିଆଣାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ୭୭ ବର୍ଷୀୟା ବୃଦ୍ଧା ତଥା ଜନ୍ମକଲା ମା’କୁ ଭରଣପୋଷଣ ଦେବାକୁ ଚାହୁଁନଥିବା ବେଳେ ଚଣ୍ଡିଗଡ଼ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ମଧ୍ୟ ଏପ୍ରକାର ଆବେଦନକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିବା ବେଳେ ଉକ୍ତ ଆବେଦନକାରୀ ପୁଅକୁ କଡା ଭର୍ତ୍ସନା କରିଛନ୍ତି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ସର୍ବପ୍ରଥମେ ନିଜ ମା’ଙ୍କ ନାମରେ ସାଙ୍ଗରୁର ଫାମିଲି କୋର୍ଟରେ ୫୦,୦୦୦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ମାସ ମଧ୍ୟରେ ଏହି ଅର୍ଥ ପୈଠ ହୋଇଯିବା ଉଚିତ୍ ବୋଲି ବିଚାରପତି କହିଛନ୍ତି। ପ୍ରକାଶ,ନିମ୍ନ ଅଦାଲତ୍ ନିଜ ରାୟରେ ନିଜ ମା’ଙ୍କୁ ଏହି ପରିଣତ ବୟସରେ ମାସିକ ଅନ୍ୟୂନ ୫ ହଜାର ଟଙ୍କା ଭରଣପୋଷଣ ଦେବାକୁ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିମ୍ନ ଅଦାଲତ୍‌ଙ୍କ ଏହି ରାୟକୁ ସେ ଚଣ୍ଡିଗଡ଼ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ବିଚାରପତି ଜସଗୁରପ୍ରୀତ ସିଂହ ପୁରୀ ଏହି ଘଟଣାକୁ “କଳିଯୁଗର ଏକ କ୍ଲାସିକ୍ ଉଦାହରଣ, ଯାହାକି ବର୍ତ୍ତମାନର ମାମଲାରେ ପ୍ରତିଫଳିତ ହୋଇଛି, ଯାହା ଏହି କୋର୍ଟର ବିବେକକୁ ଦୋହଲାଇ ଦେଇଛି” ବୋଲି ଅଭିହିତ କରିଛନ୍ତି।

ଏଥିସହ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରି କୋର୍ଟ କହିଥିଲେ ଯେ ଫାମିଲି କୋର୍ଟଙ୍କ ନିର୍ଦ୍ଦେଶରେ କିଛି ଅସୁବିଧା ନାହିଁ ଏବଂ ୫,୦୦୦ ଟଙ୍କାର ଭରଣପୋଷଣ ପରିମାଣ “ବହୁତ କମ୍ ଅଟେ “। ଏହି ସମୟରେ ବିଚାରପତି ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭରଣପୋଷଣ ପରିମାଣ ବୃଦ୍ଧି କରିବା ପାଇଁ ବ୍ୟକ୍ତିଙ୍କ ମା’ଙ୍କ ଦ୍ୱାରା କୌଣସି ପୃଥକ୍ ଆବେଦନ ଦାଖଲ କରାଯାଇନାହିଁ। ପ୍ରକାଶ, ୭୭ ବର୍ଷୀୟ ମହିଳାଙ୍କ ସ୍ୱାମୀ ୧୯୯୨ ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ବିବାହିତ। ଅନ୍ୟ ଏକ ପୁଅ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ୨ ପିଲା ମଧ୍ୟ ଏବେ ବୃଦ୍ଧାଙ୍କ ସହ ରହୁଛନ୍ତି। ବୃଦ୍ଧା ଏବେ ନିଜ ମୃତ ପୁଅର ୨ ପିଲାଙ୍କ ସହ ଝିଅ ଘରେ ରହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking