19.1 C
Bhubaneswar
Tuesday, February 10, 2026
Homeଓଡିଶାସୋଆ ଏନ୍‌ଏସ୍‌ଏସ୍ ଦ୍ୱାରା ବନ୍ୟା ପ୍ରପୀଡିତ ଅଂଚଳରେ ରିଲିଫ୍ ବଂଟନ

ସୋଆ ଏନ୍‌ଏସ୍‌ଏସ୍ ଦ୍ୱାରା ବନ୍ୟା ପ୍ରପୀଡିତ ଅଂଚଳରେ ରିଲିଫ୍ ବଂଟନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଏନ୍‌ଏସ୍‌ଏସ୍ ବ୍ୟୁରୋ ପକ୍ଷରୁ ବନ୍ୟା ପ୍ରପୀଡିତ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ଅଂଚଳରେ ରିଲିଫ୍ ସାମଗ୍ରୀ ବଂଟନ କରାଯାଇଛି। ବନ୍ୟା ପ୍ରପୀଡିତ ତରେଇପାଟଣା, ସିଦ୍ଧବାଲି ଓ ବାଲୁରିଆ ଆଦି ଅଂଚଳରେ ଲୋକଙ୍କ ମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ସମ୍ ନର୍ସିଂ କଲେଜର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚୁଡା, ଗୁଡ, ଦିଆସିଲି, ମହମବତୀ, ସାନିଟାରୀ ପ୍ୟାଡ, ମଶା ଧୂପ ଆଦି ବଂଟନ କରାଯାଇଥିଲା। ଉକ୍ତ ରିଲିଫ୍ ବଂଟନ କାର୍ଯ୍ୟକ୍ରମକୁ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅମ୍ବରୀଶ ମଙ୍ଗରାଜ ଓ ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍ କର୍ମଚାରୀ ଶ୍ରୀ ରାଜ ଶେଖର ବେହେରା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଏନ୍‌ଏସ୍‌ଏସ୍‌ର ଉପଦେଷ୍ଟା ପ୍ରଫେସର ନଚିକେତା ଖମାରୀ ଶର୍ମା ଓ ପ୍ରୋଗ୍ରାମ୍ ସଂଯୋଜକ ଡ. କମଳ ଲୋଚନ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସମ୍ପାଦିତ ହୋଇଥିଲା। ପ୍ରତିକୂଳ ପରିସ୍ଥିତିରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଏଭଳି ଉଦ୍ୟମ ସାଧାରଣ ଜନମାନସରେ ପ୍ରଶଂସିତ ହେବା ସହ ଅନ୍ୟକୁ ପ୍ରେରଣା ମଧ୍ୟ ଯୋଗାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking