21.1 C
Bhubaneswar
Wednesday, January 14, 2026
Homeଓଡିଶାନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା

ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା

ମୟୂରଭଞ୍ଜ: ପୁଣି ବଦନାମ ହୋଇଛି ସମ୍ପର୍କ। ସାମାନ୍ୟ ଉତ୍ତେଜନାର ବଶବର୍ତ୍ତୀ ହୋଇ ଜଣେ ଅଭିଭାବକ ଭୁଲିଗଲା ସମ୍ପର୍କ ପାଲଟିଲା ରାକ୍ଷସ। ଆଉ ଏହି ରାକ୍ଷସ କକା ନିଜ ହାତରେ ନାବାଳିକା ଝିଆରୀର କଲା ସର୍ବନାଶ । ବୁଦ୍ଧି ବିବେକ ସାଙ୍ଗକୁ ମାନବିକତା ଭୁଲି ନାବାଳିକା ଝିଆରୀ ସହିତ କରିଛି ବଳପୂର୍ବକ ଦୁଷ୍କର୍ମ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ସମ୍ବେଦନଶୀଳ, ସ୍ପର୍ଶକାତର ସାଙ୍ଗକୁ ଘୃଣ୍ୟ ଘଟଣା ।ଜଣେ ନାବାଳିକା ଉପରେ ଦୁଷ୍କର୍ମ କରିବାର ଅଭିଯୋଗରେ ଶୁଳିଆପଦା ଥାନା ଅଧୀନ ନୂହାମାଳିଆ ଗ୍ରାମର ଅଭିଯୁକ୍ତ ବୁଲୁ ମୁଖୀକୁ ଶୁଳିଆପଦା ଥାନା ପୋଲିସ ଗିରଫ କରିଛି। ଏହି ଘଟଣାକୁନେ଼ଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ସବୁ ମହଲରେ ଘଟଣାକୁ ନିନ୍ଦା କରାଯାଉଛି ।ମିଳିଥିବା ସୂଚନା ଅନୁସାରେ ଗତ କାଲି ଦିନ ପ୍ରାୟ ଗୋଟାଏ ବେଳେ କକା ନାବାଳିକା ଝିଆରୀକୁ ସାଙ୍ଗରେ ଗାଧୋଇବାକୁ ନେଇଯାଇ କକା ବୁଲୁ ମୁଖୀ ନାବାଳିକା ସହିତ ଦୁଷ୍କର୍ମ କରିଥିବାନେଇ ନାବାଳିକାର ମା’ ଥାନାରେ କରିଥିବା ଲିଖିତ ଏତଲାରେ ଦର୍ଶାଇଛନ୍ତି ।

ତେବେ ଅଭିଯୋଗକୁ ଭିତ୍ତିକରି ଭାରତୀୟ ନ୍ୟାୟ ସଂହିତାର ଧାରା 65(2) ଓ ପୋକ୍ସ ଆଇନର ଧାରା 6 ରେ ମାମଲା ରୁଜୁ କରି ଶୁଳିଆପଦା ଥାନା ପୋଲିସ ତଦନ୍ତ ଜାରି ରଖିଛି। ସେହିପରି ପୀଡ଼ିତା ଜଣକ ନାବାଳିକା ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ଅଭିଯୋଗ ପରେ ପୋଲିସ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ବୁଲୁ ମୁଖୀକୁ ଗିରଫ କରିଛି। ପୀଡ଼ିତାଙ୍କୁ ମେଡିକାଲ ପରୀକ୍ଷା କରାଯାଇଛି ଏବଂ ଆବଶ୍ୟକ କାଉନସେଲିଂ ପ୍ରଦାନ କରାଯିବାର ସୂଚନା ମିଳିଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ପରିବାରବର୍ଗ କ୍ଷୁବ୍ଧ ହୋଇ ନ୍ୟାୟ ଦାବି କରିବା ସହିତ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯିବାକୁ ଦାବି କରିଛନ୍ତି। ତେବେ ଏହି ସମ୍ବେଦନଶୀଳ ଘଟଣାକୁନେଇ ସ୍ଥାନୀୟ ମହିଳା ସଂଗଠନ ଓ ସାମାଜିକ ସଂସ୍ଥାଗୁଡ଼ିକ ଘଟଣାର କଠୋର ଭାବେ ନିନ୍ଦା କରିବା ସହିତ ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ସ୍ତରରେ ନାବାଳିକାଙ୍କ ସୁରକ୍ଷା ଏବଂ ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ଏହି ଘଟଣା ପୁନର୍ବାର ସଚେତନତା ସୃଷ୍ଟି କରିଛି। ଅନ୍ୟପଟେ ଘଟଣାକୁନେଇ ପୋଲିସ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking