23.1 C
Bhubaneswar
Sunday, March 22, 2026
Homeଓଡିଶାରାଇରଙ୍ଗପୁର ଏୟାରଷ୍ଟ୍ରିପ୍ ପାଇଁ ଉଚ୍ଛେଦକୁ ଥଇଥାନ କର

ରାଇରଙ୍ଗପୁର ଏୟାରଷ୍ଟ୍ରିପ୍ ପାଇଁ ଉଚ୍ଛେଦକୁ ଥଇଥାନ କର

ଭୁବନେଶ୍ବର: ରାଇରଙ୍ଗପୁର ଏୟାରଷ୍ଟ୍ରିପ୍ ପାଇଁ ଗତ କିଛି ଦିନ ତଳେ ଆଦିବାସି ପରିବାରକୁ ନିୟମ ଭଙ୍ଗକରି ସରକାର ଜୋରଜବରଦସ୍ତ ଉଚ୍ଛେଦ କରିଛନ୍ତି । ନିୟମ କହୁଛି ବିନା ପଲ୍ଲିସଭାରେ କୌଣସି ଆଦିବାସି ବସ୍ତି ଉଚ୍ଛେଦ କରିବା କଥା ନୁହେଁ । ହେଲେ ମହାମିହମ ରାଷ୍ଟ୍ରପତିଙ୍କ ଘର ହେଉଛି ରାଇରଙ୍ଗପୁର । ମୁଖ୍ୟମନ୍ତ୍ରୀଙ୍କର ଶଶୁରଘର ହୋଇ ବି ରାଇରଙ୍ଗପୁର ଅଂଚଳରେ ଏକ ଏୟାରଷ୍ଟ୍ରିଟ ନିର୍ମାଣ ପାଇଁ ବସ୍ତି ଉଚ୍ଛେଦ କରାଯାଇଛି । ସେଥ୍‌ରେ ୪୩ ପରିବାର ଉଚ୍ଛେଦ ହୋଇଛନ୍ତି ଓ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ସେଠାରେ କୌଣସି ପଲ୍ଲିସଭା କରାଯାଇନି, ପେସା ଆଇନ ଲାଗୁ ହୋଇନି। ଉଚ୍ଛେଦ ହୋଇଥ‌ିବା ଆଦିବାସୀ ପରିବାର ଆନ୍ଦୋଳନ କରି ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । କିଛି ଫଳପ୍ରଦ ହେଲା ନାହିଁ । ଆଦିବାସୀ ବାସହରା ହେଲେ । ତେଣୁ ରାଜ୍ୟ ସରକାରଙ୍କ ପାଖରେ କଂଗ୍ରେସ ଦାବି କରୁଛି କି ଭଙ୍ଗାଯାଇଥିବା ଘର ଲୋକଙ୍କୁ ୪୦ ଲକ୍ଷଟଙ୍କା କ୍ଷତିପୁରଣ ଦେବା ସହ ଯେତିକି ଜାଗା ଯାଇଛି ତା’ର ଦୁଇଗୁଣ ଜାଗା ଅନ୍ୟସ୍ଥାନରେ ଦେଇ ସେମାନଙ୍କୁ ଥଇଥାନ କରିବା ପାଇଁ । ଆଦିବାସୀ ନାମରେ ହୋଇଥିବା ମାମଲା ପ୍ରତ୍ୟାହାର ହେଉ । ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍ ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ମୁଁ ଏବଂ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଉକ୍ତ ସ୍ଥାନ ଗ୍ରସ୍ତ କରି ସବିଶେଷ ତଥ୍ୟ ପିସିସିକୁ ପ୍ରଦାନ କରିଛୁ ।

ଅନ୍ୟଏକ ପ୍ରସଙ୍ଗରେ ଶ୍ରୀ କାଡାମ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜକ୍‌ସନ ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି। ସେଠାରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ସରକାରଙ୍କ ଭୁଲ ପାଇଁ ନିରୀହ ଲୋକଙ୍କ ଜୀବନ ଗଲା। ମୃତ୍ୟୁବରଣ କରିଥିବା ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥକ ସହାୟତ ଦେବା ସହ ଭୁଲ ଇଞ୍ଜକ୍‌ସନ ଦିଆଯାଇଥିବା ଅପରାଧୂଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ କଡାମ କହିଛନ୍ତି । ଅନୁରୂପ ଭାବେ ନବରଙ୍ଗପୁରରେ ପାଇଖାନା ସେପ୍‌ଟିକ୍ ଟାଙ୍କିରେ ମରିପଡ଼ିଥିବା ୪ ଜଣ ଲୋକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ଦେବାକୁ ଶ୍ରୀ କାଡାମ୍ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦକ ମୋହନ ହେମ୍ରମ୍ ଓ ଅନୀମା ମିଞ୍ଜ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking