21.1 C
Bhubaneswar
Saturday, February 7, 2026
Homeଓଡିଶାଦଲାଲ ମୁକ୍ତ ହେବ ରେଜେଷ୍ଟ୍ରି ଅଫିସ୍: ମନ୍ତ୍ରୀ

ଦଲାଲ ମୁକ୍ତ ହେବ ରେଜେଷ୍ଟ୍ରି ଅଫିସ୍: ମନ୍ତ୍ରୀ

କଟକ: ରେଜେଷ୍ଟ୍ରି ଅଫିସ୍ ଦଲାଲ ମୁକ୍ତ ହୋଇନି। କଟକ ଆଇଜିଆର ଅଫିସ୍‌କୁ ସରପ୍ରାଇଜ୍ ଭିଜିଟ୍ ବେଳେ ଏଆଇ କଣ୍ଟ୍ରୋଲ ରୁମ୍‌ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆଖିରେ ଏଭଳି ଏକ ଘଟଣା ଧରା ପଡ଼ିଛି। ବିଭିନ୍ନ ରେଜିଷ୍ଟ୍ରି ଅଫିସ୍‌କୁ କିଛି ଲୋକ ବାରମ୍ବାର ଆସୁଛନ୍ତି।ସେମାନଙ୍କ ଉଦ୍ଦେଶ୍ୟ ମହତ୍ ନୁହେଁ ବୋଲି ମନ୍ତ୍ରୀ ସନ୍ଦେହ କରିଛନ୍ତି । ରେଜିଷ୍ଟ୍ରି ଅଫିସ୍‌କୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।  ସୋମବାର ହଠାତ୍ କଟକ ଆଇଜିଆର ଅଫିସ୍‌ରେ ସରପ୍ରାଇଜ୍ ଭିଜିଟ୍‌ରେ ରାଜସ୍ବ ମନ୍ତ୍ରୀ ପହଞ୍ଚିଥିଲେ। କେତେ ଆବେଦନ ଆସିଛି କେତେ ସମୟ ସୀମାରେ ସରିଛି। ଆଉ କଣ ସମସ୍ୟା ରହିଛି ସେ ବିଷୟରେ ମନ୍ତ୍ରୀ ସମୀକ୍ଷା କରିଥିଲେ।  ଏଆଇ କଣ୍ଟ୍ରୋଲ ରୁମ୍‌ରେ ସମୀକ୍ଷା କରିବା ସହ ମନ୍ତ୍ରୀ ସାଧାରଣ ଲୋକଙ୍କ ମତାମତ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking