28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବିବାହ କରିବାକୁ ମନା କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ : ସୁପ୍ରିମକୋର୍ଟ

ବିବାହ କରିବାକୁ ମନା କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିବାହ କରିବାକୁ ମନା କରିଦେବା ଆତ୍ମହତ୍ୟା ପାଇଁ ଉସୁକାଇବା କୁହାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି। ଜଷ୍ଟିସ ବିଭି ନାଗରତ୍ନା ସତିଶ ଚନ୍ଦ୍ର ଶର୍ମାଙ୍କର ବେଞ୍ଚ ଚାର୍ଜସିଟ୍ ରଦ୍ଦ କରି କହିଛନ୍ତି ଏହି ମାମଲାରେ ଧାରା ୩୦୬ ଅନୁସାରେ ମହିଳାଙ୍କ ଉପରେ କେସ୍ ହୋଇ ପାରିବ ନାହିଁ । ଏହା ପିଟିଆଇ ରିପୋର୍ଟ କରିଛି । ଉଲ୍ଲେଖନୀୟ ଯେ , ଜଣେ ମହିଳାଙ୍କ ଉପରେ ଅଭିଯୋଗ ଥିଲା ଯେ, ପୁଅର ବିବାହ ତାଙ୍କର ପ୍ରେମିକା ସହ କରାଇବାକୁ ମନା କରିଦେଇ ଥିଲେ। ଅଭିଯୋଗ ଥିଲା ଯେ , ଯୁବକଙ୍କ ମାଆ ଯୁବତୀଙ୍କ ଉପରେ ଅଶୋଭନୀୟ ଟିପ୍ପଣୀ କରିଥିଲେ ଏବଂ ବିବାହ କରିବାକୁ ମନା କରି ଦେଇ ଥିଲେ। ଏହାପରେ ସେ ଆତ୍ମହତ୍ୟା କରି ଥିଲେ। କୋର୍ଟ କହିଛନ୍ତି କି, ଚାର୍ଜସିଟ୍‌ରେ ପ୍ରମାଣ ଓ ସାକ୍ଷ୍ୟ ସବୁ ସଠିକ୍ ଜଣାପଡ଼ୁଛି , କିନ୍ତୁ ଏହି କଥାର କୌଣସି ପ୍ରମାଣ ନାହିଁ କି ମହିଳା ଯୁବତୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଛନ୍ତି।

ଖଣ୍ଡପୀଠ କହିଛନ୍ତି , ଜଣାପଡ଼ିଛି କି, ଅଭିଯୁକ୍ତ ଆଇପିସିର ଧାରାର ୩୦୬ ଅନୁସାରେ ଅପରାଧ କରି ନାହାନ୍ତି। ସେ ଏହି ମାମଲାରେ ଖୁବ୍ ବ୍ୟବଧାନରେ ସାମିଲ ଥିଲେ। ଆବେଦନକାରୀଙ୍କ ଉପରେ ଏମିତି ମଧ୍ୟ ଅଭିଯୋଗ ନାହିଁ ଯେ, ସେ ଯୁବତୀଙ୍କ ପାଇଁ କୌଣସି ବିକଳ୍ପ ଛାଡ଼ି ନଥିଲେ, ଯେଉଁଥିରେ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଲା। କୋର୍ଟ କହିଛନ୍ତି କି, ଏହି କଥାର ମଧ୍ୟ ପ୍ରମାଣ ନାହିଁ ଯେ , ଆବେଦନକାରୀ ବା ପୁଣି ତାଙ୍କ ପରିବାର ମୃତକ ଯୁବତୀଙ୍କ ଉପରେ ସମ୍ୱନ୍ଧ ଶେଷ କରିବା ପାଇଁ କୌଣସି ଚାପ ପକାଇଛନ୍ତି। ଏମିତି କି ମୃତକ ଯୁବତୀଙ୍କର ପରିବାର ମଧ୍ୟ ଏହି ସମ୍ୱନ୍ଧ ବିରୋଧରେ ଥିଲେ। ଆବଦେନକାରୀ ମଧ୍ୟ ବାବୁଦ ଦାସ ଓ ମୃତକ ଯୁବତୀଙ୍କ ବିବାହରେ ମନା କରିଥିଲେ। ହେଲେ ସେ ସିଧା ଭାବେ ଯୁବତୀଙ୍କୁ ପ୍ରତାରିତ କରିନାହାନ୍ତି। ବେଞ୍ଚ କହିଛନ୍ତି , ଯୁବତୀ କହିଥିଲେ କି, ସେ ବାବୁ ଦାସଙ୍କ ବିନା ଜିଇଁ ପାରିବ ନାହିଁ । ଏହାପରେ ମଧ୍ୟ ମହିଳାଙ୍କର ହୃଦୟ ତରଳି ନଥିଲା ଯ ହେଲେ ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବାର ଶ୍ରେଣୀରେ ରଖା ଯାଇ ପାରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking