ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଉପରୁ କମିଲା ଏକ୍ସସାଇଜ ଡ୍ୟୁଟି । ଏକ୍ସସାଇଜ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ୧୩ରୁ ୩ ଟଙ୍କା ହେଲା । ଡିଜେଲ ଉପରେ କୌଣସି ଏକ୍ସସାଇଜ ଡ୍ୟୁଟି ଲାଗୁ ହେବ ନାହିଁ । ପୂର୍ବରୁ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ଥିଲା ୧୦ ଟଙ୍କା । ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଭାରତରେ ବି ଶକ୍ତି ସଙ୍କଟ ଦେଖାଦେଇଛି । ଏହା ଉପରେ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଡିଜେଲ ଓ ପେଟ୍ରୋଲର ଦାମ ବୃଦ୍ଧି ହେବା ଆଶଙ୍କାରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଯୁଦ୍ଧ ପାଇଁ କଞ୍ଚା ତେଲ ଆମଦାନୀ ଅଧାରୁ ଅଧିକ ବାଧାପ୍ରାପ୍ତ ହୋଇଛି । ହେଲେ ଭାରତ ସରକାର ଆଗାମୀ ୬୦ ଦିନ ପାଇଁ ଅନ୍ୟ ସ୍ରୋତରୁ ତୈଳ ଆମଦାନୀ କରିବା ସୁନିଶ୍ଚିତ କରିଛନ୍ତି । ଆମେରିକା- ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ।










