ଭୁବନେଶ୍ୱର: ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢିଲା ଅଡୁଆ । ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଏବଂ ଶୁଭମିତ୍ରା ମର୍ଡର କେସ ଏବେ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି । ରେଡ ଫ୍ଲାଗ ଅର୍ଥାତ ଯେକୌଣସି ଘଟଣା ମହିଳା ବିରୋଧରେ ହିଂସା ଯାହା ଅତି ସମ୍ବେଦନଶୀଳ ଘଟଣା ଥାଏ ତାକୁ ରେଡ ଫ୍ଲାଗ ଅନ୍ତରଭୁକ୍ତ କରାଯାଇଥାଏ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯିବ । ଏହି ମାମଲାରେ କମିଶନରେଟ ପୋଲିସକୁ ତଦନ୍ତ ସହାୟତା କରିବ କ୍ରାଇମବ୍ରାଞ୍ଚ । କ୍ୟାପିଟାଲ ଥାନା ପୋଲିସ , ଖୁଣ୍ଟୁଣୀ ଥାନା ପୋଲିସରୁ ମିଳିଥିବା ତଥ୍ୟ ପ୍ରମାଣ ରହିବ । କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି । ଗତ ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ନିଖୋଜ । ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା । ଏବଂ ହତ୍ୟା ଅଭିଯୁକ୍ତ ଦୀପକର ପ୍ରଥମ ସ୍ତ୍ରୀର ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ ।










