23.1 C
Bhubaneswar
Tuesday, February 3, 2026
Homeଓଡିଶାରେଡ୍ ଫ୍ଲାଗ ହେଲା ସହିଦନଗର ଗଣଦୁଷ୍କର୍ମ

ରେଡ୍ ଫ୍ଲାଗ ହେଲା ସହିଦନଗର ଗଣଦୁଷ୍କର୍ମ

ଭୁବନେଶ୍ୱର: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା । କମିଶନରେଟ୍ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । ସହିଦନଗର ଗଣଦୁଷ୍କର୍ମ ମାମଲାରେ ଗତକାଲି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ସେମାନେ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ(୨୮) ଓ ମୁକୁନ୍ଦ୍ରପସାଦ ଅଞ୍ଚଳର ସାହିଲ୍‌ ଖାଁ(୨୬)। ଆଜି ସେମାନଙ୍କୁ ବିଚାର ବିଭାଗୀୟ ରିମାଣ୍ଡକୁ ପଠାଇ ଦେଇଛି ପୋଲିସ। ସୂଚନାଯୋଗ୍ୟ, ଡିସେମ୍ବର ୧୮ ତାରିଖରେ ଚାକିରି ଦେବାକୁ କହି ଭଡା ଘରକୁ ଡାକି ଦୁଷ୍କର୍ମ କରିଥିଲେ ୨ ଯୁବକ । ଏହି ଘଟଣା ପରେ, ପୀଡିତା ସହିଦ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ସେ ପୂର୍ବରୁ ଜାଣିଥିଲେ। କୌଣସି ସଂସ୍ଥାରେ ଚାକିରିଟିଏ କରାଇଦେବାକୁ ପୀଡ଼ିତା ଅଭିଯୁକ୍ତ ଅକ୍ଷୟକୁ କହିଥିଲେ।

ପୀଡ଼ିତାଙ୍କ ଅନୁରୋଧ ରକ୍ଷା କରି ଅଭିଯୁକ୍ତ ଅକ୍ଷୟ ପ୍ରତିଶ୍ରୁତି ଦେଇଥିଲେ ଏବଂ ଯେତେବେଳେ ଡକାଇବେ, ତୁରନ୍ତ ଭୁବନେଶ୍ବର ଆସିବାକୁ ପଡ଼ିବ ବୋଲି କହିଥିଲେ। ୧୮ ତାରିଖ ଦିନ ଅକ୍ଷୟ ପୀଡ଼ିତାଙ୍କୁ ଡକାଇଥିଲା। ତାଙ୍କୁ ଏକ ସଂସ୍ଥାରେ ଡାଟା ଏଣ୍ଟ୍ରି ଅପରେଟର୍‌ ଭାବେ ଚାକିରି କରାଇବା ବାହାନାରେ ଅକ୍ଷୟ ତାଙ୍କୁ ସହିଦନଗରସ୍ଥିତ ତା’ର ଭଡ଼ାଘରକୁ ଡକାଇଥିଲା। ଚାକିରି ପାଇବା ଆଶାରେ ପୀଡ଼ିତା ଅକ୍ଷୟକୁ ବିଶ୍ବାସ କରି ସହିଦନଗରସ୍ଥିତ ଭଡ଼ାଘର ଠିକଣାରେ ପହଞ୍ଚିଥିଲେ। କିନ୍ତୁ ଚାକିରି ପାଇବେ କ’ଣ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହେଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଉକ୍ତ ଭଡ଼ାଘରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ଅପରାଧରେ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ଅଛି କି ନାହିଁ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking