33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶରେଡ୍ ଆଲର୍ଟ: ସର୍ବାଧିକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ; ନିର୍ମାଣ କାର୍ଯ୍ୟ ଉପରେ ଅଙ୍କୁଶ, ସ୍କୁଲ୍ ଛୁଟି

ରେଡ୍ ଆଲର୍ଟ: ସର୍ବାଧିକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ; ନିର୍ମାଣ କାର୍ଯ୍ୟ ଉପରେ ଅଙ୍କୁଶ, ସ୍କୁଲ୍ ଛୁଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା (ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮ ରେ ପହଞ୍ଚିଛି। ଯାହା ଚଳିତ ବର୍ଷ ପ୍ରଥମ ଥର ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଆଗକୁ ଏହି ସ୍ଥିତି ଆହୁରି ଖରାପ ହେବାକୁ ଥିବା ବେଳେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ୍‌) ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଏପି) ୩ ଶ୍ରେଣୀ ଲାଗୁ କରିଛି। ଜିଆରଏପି-୩ ଲାଗୁ ହେବା ପରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ନିର୍ମାଣକାର୍ଯ୍ୟ ଉପରେ ରୋକ ଲାଗିବ, କେବଳ ସେହି ନିର୍ମାଣକାର୍ଯ୍ୟ ଜାରି ରହିବ ଯାହା ରାଷ୍ଟ୍ରର ସ୍ୱାର୍ଥ ପାଇଁ ଜରୁରୀ ଅଟେ। ସେହିଭଳି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପିଲାମାନଙ୍କ ପାଇଁ ଅନ୍‌ଲାଇନ୍ ପାଠପଢ଼ା ନୀତିକୁ କାର୍ଯ୍ୟକାରୀ କରାଯାଇଛି। ସେହିପରି ଦିଲ୍ଲୀର ଏପ୍ରକାର ବାୟୁ ପ୍ରଦୂଷଣ ଯୋଗୁ ଆଗ୍ରାର ତାଜମହଲ ଏବଂ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ଦୃଶ୍ୟମାନ ହୋଇପାରୁନାହିଁ। ଅନ୍ୟପକ୍ଷେ ଦିଲ୍ଲୀର ଅଧିକାଂଶ ହସ୍ପିଟାଲରେ ଏବେ ଛୋଟ ପିଲାମାନଙ୍କ ଭର୍ତ୍ତି ସଂଖ୍ୟା ବୃଦ୍ଧି ପାଇଛି। ଛୋଟ ପିଲାମାନଙ୍କ ଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା, ଚର୍ମରୋଗ, ଆଜମା ଭଳି ରୋଗ ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି) ହେଉଛି ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ କରିବା ପାଇଁ ପରିକଳ୍ପିତ ପଦକ୍ଷେପ। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନିର୍ମାଣ, ଭାଙ୍ଗିବା ଏବଂ ଜନସାଧାରଣଙ୍କ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ‘ଗୁରୁତର’ ସ୍ତରରେ ପହଞ୍ଚିବା ପରେ ଜିଆରଏପି’ର ପର୍ଯ୍ୟାୟ ୩ କାର୍ଯ୍ୟକାରୀ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking