ରାଜସ୍ଥାନ: ରାଜସ୍ଥାନରେ ଶୀତର ଲହରୀ ତୀବ୍ର ହେବାରେ ଲାଗିଛି। ରାଜସ୍ଥାନର ସିକର ଜିଲ୍ଲାର ଫତେହପୁରରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର କହିବା ଅନୁସାରେ, ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ କମନ ରେକର୍ଡ କରାଯାଇଛି। ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ୫ ଡିଗ୍ରୀ ସେଲସିୟସରୁ ୧୩ ଡିଗ୍ରୀ ସେଲସିୟସ ମଧ୍ୟରେ ରେକର୍ଡ କରାଯାଇଛି । ଯାହା ମୌସୁମୀ ହାରାହାରି ଠାରୁ ବହୁତ କମ । ଚଳିତ ନଭେମ୍ବର ମାସରେ ରାଜ୍ୟରେ ରେକର୍ଡ ଭାଙ୍ଗି ଥଣ୍ଡା ଅନୁଭୁତ ହେଉଛି। ସୋମବାର ମାଉଣ୍ଟ ଆବୁରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀକୁ ଖସିଛି । ସକାଳେ ଖୋଲା ପଡିଆକୁ ଧଳା ତୁଷାର ଚାଦର ଘୋଡାଇ ଦେଇଥିଲା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି ।










