21.1 C
Bhubaneswar
Sunday, December 7, 2025
Homeଓଡିଶାଆଜିଠୁ ଯୁକ୍ତ ୨ ଉତ୍ତରଖାତା ରିଚେକିଂ ଆବେଦନ

ଆଜିଠୁ ଯୁକ୍ତ ୨ ଉତ୍ତରଖାତା ରିଚେକିଂ ଆବେଦନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨  ଉତ୍ତରଖାତା  ରିଚେକିଂ ଆବେଦନ ।   ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଦ୍ୱାରା  ପରିଚାଳିତ ଯୁକ୍ତ ୨  ପରୀକ୍ଷା ଧଏଇଥିବା  ଛାତ୍ରଛାତ୍ରୀଙ୍କ ଉତ୍ତରଖାତା  ରିଚେକିଂ ପାଇଁ ଆଜିଠାରୁ ଆରମ୍ଭ ହେବ । ଜୁନ ୧୩ ତାରିଖ ଯାଏଁ  ଆବେଦନ କରିପାରିବେ ପରୀକ୍ଷାର୍ଥୀ । ଉତ୍ତରଖାତା ପାଇବାକୁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ଜୁନ୍ ୫ରୁ ୧୮ ତାରିଖ ପର‌୍ୟ୍ୟନ୍ତ ଖାତା ପ୍ରଦାନ କରାଯିବ । ଜୁନ୍ ମାସରୁ ଯୁକ୍ତ ୨ ଖାତା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ପାଇଁ ପରିଷଦ ପକ୍ଷରୁ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହେଉଛି । ଜୁଲାଇ ୧୫ ସୁଦ୍ଧା ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ସହ ଯୁକ୍ତ ୨ ପୁନଃ ମୂଲ୍ୟାୟନ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି । ଗତ ମେ ୨୧ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking