23.1 C
Bhubaneswar
Monday, February 9, 2026
Homeଓଡିଶାଟାଟାଷ୍ଟିଲର ପ୍ରେସ ବିଜ୍ଞପ୍ତିରେ ପ୍ରତିକ୍ରିୟା

ଟାଟାଷ୍ଟିଲର ପ୍ରେସ ବିଜ୍ଞପ୍ତିରେ ପ୍ରତିକ୍ରିୟା

ଯାଜପୁର:ଫେବୃଆରୀ ୨, ୨୦୨୫:ଓଡ଼ିଶାବାସୀଙ୍କ ସହ ଟାଟା ଷ୍ଟିଲର ୧୦୦ ବର୍ଷରୁ ଅଧିକ ବର୍ଷର ସମ୍ପର୍କ ରହିଛି । ଏହାର ସଫଳତା ଏବଂ ଭବିଷ୍ୟତର ଅଭିବୃଦ୍ଧି ଆକାଂକ୍ଷା ସ୍ଥାନୀୟ ଲୋକମାନଙ୍କ ସମର୍ଥନ ପାଇଁ ମିଳିପାରିଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ଓଡ଼ିଶାରେ ପ୍ରାୟ ୧,୦୦,୦୦୦ କୋଟି ଟଙ୍କା ବିନିଯୋଗ କରିଛୁ । ଯେଉଁଠାରେ କି ଆମର ଖଣି କାର୍ଯ୍ୟ ଏବଂ ଗ୍ରୀନଫିଲ୍ଡ କଳିଙ୍ଗନଗର କାରଖାନା ସହିତ ଅଧିଗ୍ରହଣ ମାଧ୍ୟମରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଏବଂ ଭୂଷଣ ଷ୍ଟିଲ୍ ଆଦି ତିନଟି ଉତ୍ପାଦନ କାରଖାନା ଅଛି। ଜାନୁଆରୀ ୨୮ ରେ ଯେତେବେଳେ କିଛି ବ୍ୟକ୍ତି ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) କାରଖାନା ଯାହାକି ଟାଟା ଷ୍ଟିଲର ସହାୟକ ସଂସ୍ଥା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଆମେ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଥିଲୁ । ଆମ ସୁରକ୍ଷା କର୍ମୀଙ୍କ ଦଳ ଏଥିରେ ହସ୍ତକ୍ଷେପ କରିଥିଲେ। ଯାହାଫଳରେ ଧସ୍ତାଧସ୍ତି ହୋଇଥିଲା ଏବଂ କିଛି ଲୋକ ଏଥିରେ ଆହତ ହୋଇଥିଲେ । ଆମର କୌଣସି ସୁରକ୍ଷାକର୍ମୀ କାହାକୁ ଛୁରାମାଡ଼ କରିଥିବା ଘଟଣାର ଯେଉଁ ଗୁଜବ ପ୍ରକାଶ ପାଉଛି ତାହାକୁ ଆମେ ଦୃଢ଼ ଭାବେ ଖଣ୍ଡନ କରୁଛୁ । ଏହା ସମ୍ପୂର୍ଣ୍ଣ ମିଥ୍ୟା ରିପୋର୍ଟ । ଟାଟା ଷ୍ଟିଲ ସର୍ବଦା ସମସ୍ତ ସରକାରୀ ନିୟମ ଏବଂ ନିର୍ଦ୍ଦେଶାବଳୀ କୁ ପାଳନ କରିଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking