31.1 C
Bhubaneswar
Saturday, March 21, 2026
Homeଓଡିଶା‘ମୋ ଝିଅକୁ କଲେଜରେ ମାନସିକ ନିର୍ଯାତନା ଦିଆଯାଉଥିଲା’

‘ମୋ ଝିଅକୁ କଲେଜରେ ମାନସିକ ନିର୍ଯାତନା ଦିଆଯାଉଥିଲା’

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ଦେହରେ ନିଆଁ ଲଗାଇବା ମାମଲାରେ ପୀଡ଼ିତାଙ୍କ ବାପା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, କଲେଜରେ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ଆଣିଛନ୍ତି। ଆଜି ସକାଳୁ ଡାକି ଝିଅକୁ କୁହାଯାଇଛି ତମେ ହିଁ ଦୋଷୀ, ତମେ ନିଜର ଅଭିଯୋଗ ଉଠାଇଦିଅ। ଏମିତିକି କଲେଜରୁ ବହିଷ୍କାର କରିଦେବାକୁ ଧମକ ଦିଆଯାଇଛି। ଝିଅ ଅଭିଯୋଗ ଆଣିଳା ପରେ ସହକାରୀ ସମୀର ବାବୁ ଝିଅ ନାଁରେ ଆଣିଥିଲେ ପ୍ରତିଅଭିଯୋଗ, ଯେଉଁଥିପାଇଁ ଝିଅ ମାନସିକ ଭାରାକ୍ରାନ୍ତ ହୋଇଯାଇଥିଲା। ସମୀର ବାବୁ କହିଥିଲେ, ମୋ ବିରୁଦ୍ଧରେ ଗଲେ ୬ ବର୍ଷ ଯାଏଁ ବ୍ୟାକ୍‌ ଲାଗିବ।

ସମୀର ବାବୁଙ୍କ ପାଇଁ ଝିଅର ବ୍ୟାକ୍‌ ଲାଗିଛି। ଝିଅ ଭଲ ପଢୁଥିଲା ଯୁକ୍ତ ୨ରେ ୫୧୮ ମାର୍କ ରଖିଥିଲା। ମୁଁ ଝିଅକୁ ବୁଝାଇଥିଲି କଲେଜରେ ପାଠ ପଢିକି ଆସିବାକୁ। ପୀଡ଼ିତାଙ୍କ ବାପା କହିଛନ୍ତି, ପ୍ରିନ୍ସିପାଲଙ୍କ ପାଖକୁ ଯାଇ କହିଥିଲି, ଝିଅକୁ ଦୟା କରନ୍ତୁ। ଆଠ ଜଣଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା। କିନ୍ତୁ ଆମ ଝିଅକୁ ଅନୁମତି ଦେଲେନାହିଁ। ସମୀର ସାର କିଛି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଏକାଠି କରି ପ୍ଲାନ କରୁଛନ୍ତି ବୋଲି ଝିଅ ନିଜେ କହୁଥିଲା। ଝିଅ ଏଫ୍‌ଆଇଆର ଦେବାକୁ ଚାହୁଁଥିଲା। ମୁଁ ମନା କରିଥିଲି। କିନ୍ତୁ ଆଜି ପ୍ରିନ୍ସିପାଲ ଚାମ୍ବରରୁ ଆସି ସେ ଆତ୍ମହୁତୀ କରିବାକୁ ଯାଇଛି ଯଦି କିଛି ନା କିଛି ଘଟଣା ହୋଇଛି ତାହା ସାମ୍ନାକୁ ଆସୁ। କିନ୍ତୁ ଝିଅ ପାଖରେ ପେଟ୍ରୋଲ କେମିତି ଆସିଲା ତାହା ସାମ୍ନାକୁ ଆସୁ। ସେସବୁ ତଦନ୍ତ ହେଉ। ସରକାର ଏମିତି ନୀତି ନିର୍ଦ୍ଧାରଣ କରନ୍ତୁ ଯେମିତି କି କେହି ଏମିତି ଘଟଣା ଘଟାଇବେ ନାହିଁ। ମୁଁ ଜାଣିନି ଝିଅ ବଞ୍ଚିଛି କି ମରି ଯାଇଛି।

ସୂଚନାଯୋଗ୍ୟ, ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ପିଏଚ୍‌ଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଜି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking