ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ତିନିଟି ବ୍ୟାଙ୍କ ଉପରେ ଜରିମାନା ଲଗାଯାଇଛି । କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ୬୧.୪୦ ଲକ୍ଷ ଟଙ୍କା , ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଉପରେ ୩୮. ୬୦ ଲକ୍ଷ ଟଙ୍କା ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉପରେ ୨୯.୬୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ବ୍ୟାଙ୍କରେ ଗ୍ରାହକ ସେବାକୁ ନେଇ ରହିଥିବା କେତେକ ନିୟମକୁ ଠିକ ଭାବେ ପାଳନ କରିନଥିବାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କୁ ଜରିମାନା କରାଯାଇଛି । କେୱାଇସି ନିୟମକୁ ଠିକ ଭାବେ ପାଳନ କରିନଥିବାରୁ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଏବଂ ଋଣ ବ୍ୟବସ୍ଥା ସମ୍ପର୍କିତ କେତେକ ନିୟମକୁ ଠିକ ଭାବେ ପାଳନ କରିନଥିବାରୁ କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଜରିମାନା ଲଗାଯାଇଛି ।