15.1 C
Bhubaneswar
Saturday, December 6, 2025
Homeଓଡିଶାରାୟଗଡା ଉପାଧ୍ୟକ୍ଷ ପଦ: ନବୀନଙ୍କ ହସ୍ତକ୍ଷେପ

ରାୟଗଡା ଉପାଧ୍ୟକ୍ଷ ପଦ: ନବୀନଙ୍କ ହସ୍ତକ୍ଷେପ

ଭୁବନେଶ୍ୱର: ରାୟଗଡା  ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ । ହସ୍ତକ୍ଷେପ କରି ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ  କଡା ନିର୍ଦ୍ଦେଶ ଦିଆଯାଇଛି । କାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଦଳୀୟ କାଉନସିଲର ହ୍ୱିପ ଅମାନ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନ ନେବାପାଇଁ  ଚେତାବନୀ ଦିଆଯାଇଛି । ନିର୍ଦ୍ଦେଶ ସମ୍ପର୍କିତ ନୋଟିସ କାଉନସିଲରଙ୍କୁ ଦେବାକୁ ଜଗନ୍ନାଥ ସାରକାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ସେପଟେ ବିଜେଡିର ନିର୍ବାଚିତ ୧୯ କାଉନସିଲର ଅଜ୍ଞାତବାସରେ ସୂଚନା ମିଳିଛି । ଅଜ୍ଞାତବାସରେ ଥିବା କାଉନସିଲର ଭାସ୍କର ରାଓ ସମର୍ଥିତ ସୂଚନା ଦେଇଛନ୍ତି । ନିକଟରେ ବିଜେଡି ଛାଡି  ବର୍ଷିଥିଲେ ପୂର୍ବତନ ସାଂସଦ ଭାସ୍କର ରାଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking