30.1 C
Bhubaneswar
Saturday, September 28, 2024
Homeଓଡିଶାରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ସାର୍ବଜନୀନ ହେବ ରିପୋର୍ଟ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ସାର୍ବଜନୀନ ହେବ ରିପୋର୍ଟ

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ; ସାର୍ବଜନୀନ ହେବ ରିପୋର୍ଟ । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବ । ଏନେଇ କୋର୍ଟକୁ ଅବଗତ କରାଇଛନ୍ତି ରାଜ୍ୟ ସରକାର । ଆଗାମୀ କ୍ୟାବିନେଟ ବୈଠକରେ ଉପସ୍ଥାପନ ହେବ ରିପୋର୍ଟ । ତେବେ ୩ ସପ୍ତାହ ପରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ସୂଚନା ଯୋଗ୍ୟ ଯେ, ଆସନ୍ତା ୮ ତାରିଖ ଦିନ ରତ୍ନଭଣ୍ଡାର ଖୋଲିବ । ଜୁଲାଇ ୭ ତାରିଖ ଦିନ ହେଉଛି ରଥଯାତ୍ରା । ଆଉ ତହିଁ ପରଦିନ ଖୋଲାଯିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍ । ପ୍ରକାଶ ଯେ ରତ୍ନଭଣ୍ଡାର ବାହାର ପାଶ୍ୱର କାନ୍ଥର ଲେଜର ସ୍କାନି କରାଯାଇଛି । ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ । ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ଡଃ ବି ବି ଗଡ଼ନାୟକ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking