ପୁରୀ : ୪ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିବ । ଆସନ୍ତା ୨ , ୩ ୫ ଓ ୬ ତାରିଖରେ କାମ ସ୍ଥଗିତ ରହିବ । ଏନେଇ ଏକ୍ସରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀ ପଞ୍ଚମୀ , ବନକ ଲାଗି ଆଦି ବିଶେଷ ନୀତି ଥିବାରୁ ସ୍ଥଗିତ ରହିବ । ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ମରାମତି କାମ ଚାଲୁ ରହିବ ।