18.1 C
Bhubaneswar
Thursday, February 12, 2026
Homeଓଡିଶାଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଦେଲେ ଏସଓପି: ଆସନ୍ତାକାଲିି ଖୋଲିବ ରତ୍ନଭଣ୍ଡାର

ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଦେଲେ ଏସଓପି: ଆସନ୍ତାକାଲିି ଖୋଲିବ ରତ୍ନଭଣ୍ଡାର

ଭୁବନେଶ୍ୱର: ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଦେଲେ ଏସଓପି । ଏସଓପି ନେଇ ଚାଲିଛି ଜରୁରୀ ବୈଠକ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପିକୁ ସରକାର ମଂଜୁର କରିଛନ୍ତି ବୋଲି ସେ କହିଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ, ସେ ନିଷ୍ପତ୍ତି ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ।

ସୂଚନା ଅନୁସାରେ, ରତ୍ନଭଣ୍ଡାର ତଦାରଖ କମିଟି ଏକ ଏସଓପି ପ୍ରସ୍ତୁତ କରିଥିଲା । ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି । କେତେ ବେଳେ ଖୋଲିବ ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ତା’ ଉପରେ ଆଲୋଚନା କରି ସରକାରଙ୍କୁ ଦେଇଛି । ତେବେ କୁହାଯାଉଛି, ତଦାରଖ କମିଟି ସଦସ୍ୟଙ୍କ ସହ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ବଣିଆ ରତ୍ନଭଣ୍ଡାରକୁ ଯିବେ। ବଣିଆ ରତ୍ନ ଅଳଙ୍କାର ଚିହ୍ନଟ କରିବେ ଓ ଗଣତି ମଣତି କରିବେ ତଦାରଖ କମିଟି ସଦସ୍ୟ । ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ । ତେଣୁ ଭିତର କାଠ ପାଖରେ ଏକ କୋଠରୀ ଅସ୍ଥାୟୀ ଭାବେ ଚୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking