11.1 C
Bhubaneswar
Friday, January 16, 2026
Homeଓଡିଶାଶ୍ରୀମନ୍ଦିରରେ ପଂହଁଚିଲା ରତ୍ନ ସିନ୍ଦୁକ

ଶ୍ରୀମନ୍ଦିରରେ ପଂହଁଚିଲା ରତ୍ନ ସିନ୍ଦୁକ

ପୁରୀ : ରତ୍ନଭଣ୍ଡାର ଅଳଙ୍କାର ଗୁଡିକୁ ସୁରକ୍ଷିତ ରଖିବା ପାଇଁ ରତ୍ନଭଣ୍ଡାରକୁ ଆସିଲା ସିନ୍ଦୁକ। ସ୍ୱତନ୍ତ୍ର ବରାଦରେ ଏହି ୬ଟି ସିନ୍ଦୁକ ତିଆରି କରାଯାଇଥିଲା । ଏହି ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି। ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିବା କହିଲେ ଏବଂ ୨୦ ଜଣ କାରିଗରଙ୍କ ୪୮ ଘଣ୍ଟାର ପରିଶ୍ରମରେ ୬ଟି ସିନ୍ଦୁକ ତିଆରି ହୋଇଛି। ଆଉ ୯ଟି ସିନ୍ଦୁକ ତିଆରି କାମ ଚାଲିଛି, ଖୁବ୍‌ ଶୀଘ୍ର ପହଞ୍ଚିବ। ତେବେ ଏହି ସିନ୍ଦୁକ ଶାଗୁଆନ କାଠରେ ତିଆରି ସିନ୍ଦୁକରେ ପିତଳ ଛାଉଣୀ ମଧ୍ୟ ହୋଇଛି। ସିନ୍ଦୁକର ଲମ୍ୱ ସାଢେ ୪ଫୁଟ, ଗଭୀର ୨ଫୁଟ ଓ ଚଉଡାର ମଧ୍ୟ ୨ଫୁଟ ରହିଛି।ଆଜି ଗଣତି ହେବନି, ଖାଲି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା। ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ। ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ। ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ।ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ। ଆବଶ୍ୟକ ସଦସ୍ୟ ଭିତରକୁ ଯିବେ। ସେବକଙ୍କ ସହ ଅନ୍ୟମାନଙ୍କ ସହଯୋଗ କାମନା କରାଯାଉଛି। ମଧ୍ୟାହ୍ନ ୧୨ଟା ପରେ ମନ୍ଦିର ନ ଆସିବାକୁ ଅନୁରୋଧ କଲେ। କେବେଳ ସେବାପୂଜା ଥିବା ସେବାୟତ ଆସିବାକୁ ଅନୁରୋଧ କଲେ। ଆଜ୍ଞାମାଳ ଆସିଯାଇଛି। ଏହାପରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କର ଆଜ୍ଞା ନିଆଯିବ। ଏହାପରେ ଭିତରକୁ ସମସ୍ତେ ପ୍ରବେଶ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking