ପୁରୀ: ଗଜପତି ମହାରାଜା ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇ ଦିନ ଭିତରେ ଶେଷ ହେବ । ଷ୍ଟୋନ ଏଲିମେଣ୍ଟ ବଦଳା ସରିଛି । ମରାମତି ଚୂଡାନ୍ତ ପଯ୍ୟାୟରେ ରହିଛି । ନୂଆ ଷ୍ଟେନଲେସ ଷ୍ଟିଲ ଗେଟ ଓ ବର୍ମାଟିକ ଗେଟ ଲାଗିବ । ରୁପା ଛାଉଣି ହେବ । ବାହାର ରତ୍ନଭଣ୍ଡାର ବାହାର ପାଶ୍ୱ ମଧ୍ୟ ସଂରକ୍ଷଣ କରାଯାଇଛି । ଗଜପତି ମହାରାଜା ମରାମତିରେ ସନ୍ତୋଷ ପ୍ରକଟ କରିଛନ୍ତି ବୋଲି କହିଛନ୍ତି ଅରବିନ୍ଦ ପାଢୀ ।