31.1 C
Bhubaneswar
Wednesday, October 30, 2024
Homeଓଡିଶାସନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା ସଂମୂର୍ଣ୍ଣ ହେବ : ଗଜପତି ମହାରାଜ

ସନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା ସଂମୂର୍ଣ୍ଣ ହେବ : ଗଜପତି ମହାରାଜ

ପୁରୀ: ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କରିଥିଲେ ଗଜପତି ମହାରାଜ। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି ଗଜପତି ମହାରାଜ କହିଥିଲେ । ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା ସଂମୂର୍ଣ୍ଣ ହେବା ନେଇ ଆଶା କରାଯାଉଛି ବୋଲି ଗଜପତି ମହାରାଜ କହିଥିଲେ । ଏହାସହିତ ବାହାର ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିବା ଫୁଲ ଓ ଚାଙ୍ଗୁଡା ଘର ବି ବୁଲି ଅନୁଧ୍ୟାନ କରିଛନ୍ତି ଗଜପତି । ସବୁ କିଛି ସୁରକ୍ଷିତ ରହିଥିବା ଗଜପତି କହିଛନ୍ତି । ଭିତର ରତ୍ନଭଣ୍ଡାରର ସବୁ କିଛି ସ୍ଥାନାନ୍ତରଣ କରିବା ପରେ ଏହାକୁ ହାଇ ଟେକନୋଲୋଜି ଅନୁଯାୟୀ ତା ଭିତର ତନତନ କରି ଯାଞ୍ଚ କରାଯିବ । ଯେତେବେଳେ ପ୍ରଶାସନ ଏହି ନିଷ୍ପତ୍ତିରେ ପହଞ୍ଚିବ ଯେ ଏହା ଭିତରେ ଆଉ କିଛି ନାହିଁ । ସେତେବେଳେ ଏଏସଆଇକୁ ଉଭୟ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ । ତେବେ ଗଜପତି ମହାରାଜଙ୍କ ସହ ମୋଟ ୧୧ ଜଣିଆ କମିଟି ସଦସ୍ୟ ଭଣ୍ଡାର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତାଙ୍କ ସହ ଯାଇଥିଲେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଥିଲେ ସ୍ନେକ ସ୍ନେକ ହେଲ୍ପ ଲାଇନ ସଦସ୍ୟ। ତେବେ ସକାଳ ୯ଟା ୫୧ରେ ଖୋଲିଥିଲା ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା ୪ଟି ଲକ୍ ବ୍ରେକର। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ କହିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ। ପୂର୍ବଥର ରତ୍ନଭଣ୍ଡାରକୁ ଯାଇଥିଲେ ଗଜପତି ମହାରାଜଙ୍କ ପ୍ରତିନିଧି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking