18.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶରାସନ କାର୍ଡ ଏବେ ଲୋକପ୍ରିୟତା କାର୍ଡ ପାଲଟିଛି : ସୁପ୍ରିମକୋର୍ଟ

ରାସନ କାର୍ଡ ଏବେ ଲୋକପ୍ରିୟତା କାର୍ଡ ପାଲଟିଛି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ଏକ ମାମଲାର ଶୁଣାଣି କରିବା ପରିପ୍ରେକ୍ଷୀରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ବିବୃତି ଦେଇଛନ୍ତି। ବିଶେଷକରି ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ କରାଯାଉଥିବା ଯୋଜନାକୁ ନେଇ ସୁପ୍ରିମକୋର୍ଟ ବିଷୋଦ୍‌ଗାର ପ୍ରକାଶ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି, ଯେଉଁ ରାଜ୍ୟମାନେ ଦାବି କରୁଛନ୍ତି ଯେ, ସେମାନେ ବହୁ ସଂଖ୍ୟକ ରାସନ କାର୍ଡ ଜାରି କରିଛନ୍ତି, ସେମାନେ କେବଳ ଲୋକ ଦେଖାଣିଆ ପାଇଁ ରାସନ କାର୍ଡକୁ ନିଜ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ଅନେକ ରାଜ୍ୟ ରାସନ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଅସହାୟ ଲୋକଙ୍କୁ ସବସିଡିଯୁକ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦାବି କରୁଛନ୍ତି। କିନ୍ତୁ ଏହି ରାସନ ସାମଗ୍ରୀସବୁ ଯୋଗ୍ୟ ତଥା ବାସ୍ତବ ବିପିଏଲ୍ ହିତାଧିକାରୀ ପରିବାରଙ୍କ ପର୍ଯ୍ୟନ୍ତ ପହଞ୍ଚୁନାହିଁ।

କୋଭିଡ୍ -୧୯ ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟଗୁଡ଼ିକ କ’ଣ ରାସନ କାର୍ଡକୁ ଲୋକ ଦେଖାଣିଆ ପାଇଁ ବ୍ୟବହାର କରୁଛନ୍ତି କି? ପ୍ରକୃତରେ କ’ଣ ଲାଭଗୁଡ଼ିକ ବିପିଏଲ୍ ପରିବାରମାନଙ୍କ ପାଖରେ ପହଞ୍ଚୁଛି? ଖଣ୍ଡପୀଠଙ୍କ ମତରେ ପ୍ରକୃତ ବିପିଏଲ୍ (ଦାରିଦ୍ର‌୍ୟ ସୀମାରେଖା ତଳେ) ପରିବାର ପାଇଁ ଉଦ୍ଦିଷ୍ଟ ସୁବିଧାଗୁଡ଼ିକ କ’ଣ ସେହି ଲୋକଙ୍କ ପକେଟକୁ ଯାଉଛି ଯେଉଁମାନେ ଏହାର ଯୋଗ୍ୟ ନୁହଁନ୍ତି। କାରଣ କିଛି ରାଜ୍ୟ ଅଛନ୍ତି ଯେଉଁମାନେ ସେମାନଙ୍କର ବିକାଶ ଦେଖାଇବାକୁ ଚାହୁଁଥିବା ସମୟରେ କୁହନ୍ତି ଯେ ଆମର ମୁଣ୍ଡପିଛା ଆୟ ବୃଦ୍ଧି ପାଉଛି। କିନ୍ତୁ ଯେତେବେଳେ ବିପିଏଲ୍ ବିଷୟରେ କଥା ଉଠେ ସେହିମାନେ ହିଁ କୁହନ୍ତି ଯେ ରାଜ୍ୟ ଜନସଂଖ୍ୟାର ୭୫% ନାଗରିକ ବିପିଏଲ୍ ଅଧୀନରେ ଆସୁଛନ୍ତି। ତେବେ ଏହି ତଥ୍ୟଗୁଡ଼ିକୁ କିପରି ସମାଧାନ କରାଯାଇପାରିବ? ଏପ୍ରକାର ଦ୍ୱନ୍ଦ୍ୱ ସ୍ୱାଭାବିକ। ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରୀ ଲାଭ ପହଞ୍ଚୁଛି। ଶୁଣାଣି ସମୟରେ କରୋନା ସମୟରେ ରାସନ ବଣ୍ଟନ ସମ୍ପର୍କୀତ କଥା ମଧ୍ୟ କୁହାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking