ଭୁବନେଶ୍ୱର : ରାସନ କାର୍ଡରୁ ବାଦ ପଡିଲେ ୮୪, ୭୭୫୭ ହିତାଧିକାରୀ । କେୱାଇସି ପରେ ବାଦ୍ ପଡିଲେ ଅଯୋଗ୍ୟ ହିତାଧିକାରୀ । ବାଦ ପଡିଥିବା ହିତାଧିକାରୀଙ୍କୁ ରାସନ ବନ୍ଦ କରାଯାଇଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ ଉତ୍ତର ରଖିଛନ୍ତି । ନିଜ ଆଡୁ ରାସନ କାଟିଛନ୍ତି ୨୨, ୨୯୩ ହିତାଧିକାରୀ । କଟକରୁ ସର୍ୱାଧିକ ୨,୫୫୪ ହିତାଧିକାରୀ କାଟିଛନ୍ତି । ନୟାଗଡରେ ୧,୬୧୮, ବାଲେଶ୍ୱରରେ ୧, ୪୩୬ , ଖୋର୍ଦା ୧, ୩୪୫ ଜଣ କାଟିଛନ୍ତି ।