ଭୁବନେଶ୍ୱର: ପରିଚାଳନା କମିଟି ବିନା ଅନୁମତିରେ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ଯେମିତି ରଥଯାତ୍ରା ହେବା କଥା ସେମିତି ହେବ । ରଥଯାତ୍ରା ବାଧାପ୍ରାପ୍ତ ହେବାର କୌଣସି କାରଣ ନାହିଁ । ଗଜପତିଙ୍କ ଉପସ୍ଥିତିରେ ସବୁ ନିଷ୍ପତ୍ତି ସ୍ଥିର ହୋଇଛି । ସେହି ଅନୁଯାୟୀ ସବୁ କିଛି ହେବ ।