ପୁରୀ: ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କହିଛନ୍ତି, ପ୍ରାୟ ୮୦ ପ୍ରତିଶତ ପ୍ରସ୍ତୁତି କାଯ୍ୟ ଶେଷ ହୋଇ ସାରିଲାଣି । ଗୁଣ୍ଡିଚାର ଯଥେଷ୍ଟ ପୂର୍ୱରୁ ଅବଶିଷ୍ଟ ୨୦ ପ୍ରତିଶତ ପ୍ରସ୍ତୁତି ସରିବ । ଗୁଣ୍ଡିଚାର ଯଥେଷ୍ଟ ପୂର୍ୱରୁ ଅବଶିଷ୍ଟ ୨୦ ପ୍ରତିଶତ ପ୍ରସ୍ତୁତି ସରିବ । ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟରେ କାଯ୍ୟ ଚାଲିଛି । ମହାପ୍ରଭୁ ନିଜେ ସବୁ କିଛି କରାନ୍ତି, ସବୁ କିଛି ସୁରୁଖୁରୁରେ ହେବ । ୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୫ଟି ଆଇସିୟୁ ବେଡର ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ ।