23.1 C
Bhubaneswar
Tuesday, January 13, 2026
Homeଓଡିଶାରଥଯାତ୍ରା: ୬ ମାସ ପୂର୍ବରୁ ରିପୋର୍ଟ ମାଗିଲେ ସିଏସ

ରଥଯାତ୍ରା: ୬ ମାସ ପୂର୍ବରୁ ରିପୋର୍ଟ ମାଗିଲେ ସିଏସ

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପ୍ରସ୍ତୁତି ବୈଠକ । ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ବିଗତ ଦିନର ତ୍ରୁଟି ଚିହ୍ନଟ ସହ କ’ଣ ପଦକ୍ଷେପ ନିଆଯିବ ରିପୋର୍ଟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରତି ମାସରେ ସମୀକ୍ଷା ହେବ ରଥଯାତ୍ରା ପ୍ରସ୍ତୁତି । ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ । ଭିଡ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ବୈଠକ ପରେ କହିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ଉପସ୍ଥିତ ଥିଲେ ପୋଲିସ ଡିଜି, ଅଗ୍ନିଶମ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏକାଧିକ ବିଭାଗର ସଚିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking