33.1 C
Bhubaneswar
Wednesday, March 25, 2026
Homeଓଡିଶାରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ

ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଏକ ମାସ। ଏହି ସମୟରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ତିନୋଟି ରଥ ପାଇଁ ୩୬ଟି ଚକ ନିର୍ମାଣ କରାଯାଇଛି। ଅନ୍ୟପକ୍ଷରେ, ୧୪ ନାହକ ଚୌପଟା କାମ ମଧ୍ୟ ଆରମ୍ଭ ହୋଇଛି। ଚକର ଅକ୍ଷରେ ସିଙ୍ଗାଡା କାମ ମଧ୍ୟ ସମାପ୍ତ ହୋଇଛି। ପାଇବିନ୍ଧା କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଦିନ ପାଇ ସଞ୍ଜୋଗା ଏବଂ ପାଇ କଳସ କାମ କରାଯିବ। ସେହିପରି, ତିନୋଟି ରଥର ପ୍ରତ୍ୟେକ ୧୨ଟି ଭୂଇଁ ଚୌତା କରାଯାଇଛି। ବିନ୍ଧା ମାପ ନିଆଯାଇଛି। ଚାରିଟି ୨୦ ଫୁଟ କାଠ ସହିତ ଚୌଦ ନାହାକ ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking