ପୁରୀ: ଚଳିତ ରଥଯାତ୍ରା ଫାଇଁ ପୁରୀକୁ ଗଡିବ ୧ ହଜାର ବସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗଡିବ ବସ । ବସରେ ଯାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଫାଷ୍ଟଏଡ ବ୍ୟବସ୍ଥା ରହିବ । ବସରେ ଭିଡ ଓ ଚୋରି ରୋକିବାକୁ ବ୍ୟବସ୍ଥା ରହିଛି । ଚେକିଂ ଓ ସ୍କ୍ୱାର୍ଡ ଓ ସିସିଟିଭି ବ୍ୟବସ୍ଥା ରହିବ । ବସଷ୍ଟାଣ୍ଡରେ ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ହୁଇଲ ଚେୟାର ଓ ରିକ୍ସା । ଏନେଇ ପରିବହନ ଆୟୁକ୍ତ ଅମିତାଭ ଠାକୁର ସୂଚନା ଦେଇଛନ୍ତି ।